କମୁଛି ଓଡିଶା ଆଦର୍ଶ ବିଦ୍ୟାଳୟର ପାସ୍‌ ହାର, ୯୯% ରୁ ଖସି ୬୩% ରେ ପହଞ୍ଚିଲାଣି

You are currently viewing କମୁଛି ଓଡିଶା ଆଦର୍ଶ ବିଦ୍ୟାଳୟର ପାସ୍‌ ହାର, ୯୯% ରୁ ଖସି ୬୩% ରେ ପହଞ୍ଚିଲାଣି

ଭୁବନେଶ୍ୱର: ଲଗାତାର ୪ ବର୍ଷ ଧରି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପାସ୍ ହାର କମିଥିବା ଜଣାପଡିଛି। ଦ୍ବାଦଶ ଶ୍ରେଣୀରେ ୨୦୨୦-୨୧ ମସିହାରେ ପାସ୍ ହାର ୯୯.୦୯ ପ୍ରତିଶତ ଥିବାବେଳେ ଗତବର୍ଷ ୨୦୨୩-୨୪ ରେ ପାସ୍ ହାର ଖସି ୬୩.୨୦ ପ୍ରତିଶତରେ ପହଞ୍ଚିଛି। ସେହିପରି ଦଶମ ଶ୍ରେଣୀ ବୋର୍ଡରେ ୨୦୨୦-୨୧ ରେ ପାସ୍‌ ହାର ୯୫.୭୧ ପ୍ରତିଶତ ଥ‌ିବାବେଳେ ବର୍ତ୍ତମାନ ୮୨.୨୬ ପ୍ରତିଶତକୁ ଖସି ଆସିଛି ।

ସୂଚନା ଯେ, ରାଜ୍ୟରେ ୩୧୫ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ସେଥିରୁ ପ୍ରାୟ ୨୩୦ରୁ ଅଧିକ ସ୍ଥାନରେ ଦଶମ ଶ୍ରେଣୀ ଖୋଲି ସାରିଛି। ବର୍ତ୍ତମାନ ଯାଏ ୧୬୬ରୁ ଅଧିକ ସ୍କୁଲରେ ଦ୍ବାଦଶ ଶ୍ରେଣୀ ରହିଛି। ସେହପରି କେବଳ ଏକାଦଶ ଶ୍ରେଣୀ ଥିବା ୧୬ରୁ ଅଧିକ ଶିକ୍ଷାନୁଷ୍ଠାନରେ ଚଳିତବର୍ଷରୁ ଦ୍ବାଦଶ ଶ୍ରେଣୀ ଖୋଲିବ। ତେବେ ଦଶମ ଶ୍ରେଣୀରେ ମାର୍କ କମିବାର ମୁଖ୍ୟ କାରଣ ବିଧାୟକ ଓ ସାସଂଦଙ୍କ କୋଟାରେ ନାମଲେଖା ବୋଲି ଜଣାପଡିଛି।

Share

Leave a Reply