ଖଟିଆରେ ବୁହାହେଲ ରୋଗୀ

You are currently viewing ଖଟିଆରେ ବୁହାହେଲ ରୋଗୀ

ଅନୁଗୁଳ:ପାଳଲହଡା ଅଞ୍ଚଳରେ ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି। ଫଳରେ ଖଟିଆରେ ଦେଢ କିଲୋମିଟର ବୁହା ହୋଇଛନ୍ତି ରୋଗୀ । ଏମିତି ଏକ ବିଚଳିତ କଲା ଭଳି ଚିତ୍ର ସାମ୍ନାକୁ ଆସିଛି ପାଳଲହଡା ଟାଉନ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ଆଦିବାସୀ ଗାଁ ଭୋଜପୁରରୁ ।ସୂଚନା ମୁତାବକ ଅନୁଗୁଳ ଜିଲ୍ଲା  ପାଳଲହଡା ବ୍ଲକ ନିଜିଗଡ଼ ପଞ୍ଚାୟତ ଅନ୍ତର୍ଗତ ଟାଉନ ଠାରୁ ମାତ୍ର ଦୁଇ କିଲୋମିଟର ଦୂର ଭୋଜପୁର ଆଦିବାସୀ ସାହିର ଜଣେ ଷାଠିଏ ବର୍ଷିୟ ବୃଦ୍ଧା ସୁନ୍ଧୁ ବାରିଜ ଗତକାଲି ଖସିପଡି ଅସୁସ୍ଥ ହୋଇ ପଡିବାରୁ ଆଜି ସକାଳ ଦଶଟା ସମୟରେ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଅଣା ଯାଇଥିଲା । ତେବେ ଏହି  ଆଦିବାସୀ ଗାଁ କୁ ରାସ୍ତା ନଥିବା ଓ ବର୍ଷା ଯୋଗୁଁ କାଦୁଅ ହୋଇ ଯାଇଥିବାରୁ ଦେଢ କିଲୋମିଟର ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା । ତେଣୁ ବୃଦ୍ଧାଙ୍କ ସମ୍ପର୍କୀୟ ମାନେ ଦଶରୁ ପନ୍ଦର ଜଣ ଗାଁ ଲୋକଙ୍କ ସହାୟତାରେ ଏକ ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ନିକଟକୁ ଆଣାଯାଇ ଡାକ୍ତରଖାନା ପଠା ଯାଇଥିଲା ।

Share

Leave a Reply