ଅନୁଗୁଳ: ଅନୁଗୁଳ ବ୍ଲକ୍ ଖିଣ୍ଡା ପଞ୍ଚାୟତର ମହିଧରପଡାରେ ଦୀର୍ଘ ଦିନ ହେଲା ଲାଗି ରହିଛି ପାନୀୟ ଜଳ ସମସ୍ୟା। ଗାଁରେ ପାଞ୍ଚ ଶହରୁ ଅଧିକ ଲୋକ ବାସ କରୁଥିଲେ ମଧ୍ୟ ଏବେ ଯାଏଁ ପିଇବା ପାଣି ମୁନ୍ଦେ ମିଳିବ ଯେମିତି ସ୍ବପ୍ନ ପାଲଟିଛି। ଫଳରେ ବାଧ୍ୟ ହୋଇ ଲୋକେ ଦୂଷିତ ପାନୀୟ ଜଳ ବ୍ୟବହାର କରୁଛନ୍ତି। ଏହି ଅପରିଷ୍କାର ପାଣି ପିଇବା ଯୋଗୁ ଦିନକୁ ଦିନ ଗାଁରେ କିଡ଼ନୀ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ଦୁଇ ବର୍ଷ ଭିତରେ ପ୍ରାୟ ୨୦ ରୁ ଅଧିକ ଲୋକ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ିଲେଣି। ଏବେ ବି ଗାଁରେ ଆହୁରି ୧୦ ଜଣ ଲୋକ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଯେତେ ଦାବି କଲେ ବି ପ୍ରଶାସନ ପକ୍ଷରୁ କୌଣସି ସୁବିଧା କରାଯାଉନାହିଁ। ଏଣୁ ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ଦାବି କରି ଗାଁ ଲୋକେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଗାଁରେ ତୁରନ୍ତ ବିଶୁଦ୍ଧ ପାଣି ଯୋଗାଣ ସହ ରୋଗୀଙ୍କ ଚିକିତ୍ସା କରିବାକୁ ଦାବି ପତ୍ରରେ ଉଲ୍ଲେଖ ରହିଛି।
କେବେ ମିଳିବ ଶୁଦ୍ଧ ପାନୀୟ ଜଳ ? ଭଲ ପାଣି ମୁନ୍ଦେ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ମହିଧରପଡ଼ାବାସୀ
- Post published:April 4, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
