ଅନୁଗୁଳ: ସ୍କୁଲରେ ବୁଲୁଛନ୍ତି ଗାଈ ଗୋରୁ। ପରିଷ୍କାର ପରିଚ୍ଛନ୍ନତା ଅଭାବରୁ ପିଲାଙ୍କ ପଢ଼ିବା ଜାଗାରେ ଚରୁଛନ୍ତି ଗାଈ। ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କୋଶଳା ପଞ୍ଚାୟତ ଷଣ୍ଢପାଳ ଗାଁ ର ଅଙ୍ଗନୱାଡ଼ି କେନ୍ଦ୍ରରେ।
ଏଠାରେ ସ୍କୁଲ ଚାରିପଟେ ଅନାବନା ଗଛ ଉଠି ଜଙ୍ଗଲରେ ପରିଣତ ହୋଇଛି। ଫଳରେ ବିଭିନ୍ନ ବିଷାକ୍ତ ସାପଙ୍କ ସହ ଜଙ୍ଗଲୀ ଜନ୍ତୁ ଙ୍କ ବାସ ସ୍ଥାନ ପାଲଟିଛି ଏହି ସ୍କୁଲ। ଘାସ ପତ୍ର ଥିବାରୁ ବାହାରେ ବୁଲୁଥିବା ଗାଈ ଗୋରୁ ବି ଏଠାରେ ଅବାଧରେ ପ୍ରବେଶ କରି ଚରୁଛନ୍ତି। ଫଳରେ ଛୋଟ ଛୁଆମାନେ ଅଙ୍ଗନବାଡ଼ିକୁ ଆସିବାକୁ ଭୟ କରୁଛନ୍ତି। ଅନ୍ୟପଟେ ଯଦି କୌଣସି ବିଷାକ୍ତ ଜୀବ ପିଲାଙ୍କୁ କାମୁଡ଼େ ତେବେ ଏଥିପାଇଁ କିଏ ଦାୟୀ ରହିବ ବୋଲି ଅଭିଭାବକ ପ୍ରଶ୍ନ କରିଛନ୍ତି। ତେବେ ତୁରନ୍ତ ସ୍କୁଲ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଇ ସ୍କୁଲକୁ ସଫା କରିବାକୁ ସେମାନେ ଦାବି କରିଛନ୍ତି।