ସକାଳ ୮ଟା ପୂର୍ବରୁ ଓ ସନ୍ଧ୍ୟା ୭ଟା ପରେ କଲ୍‌ କରି ଗ୍ରାହକଙ୍କୁ ହଇରାଣ କରିପାରିବନି ବ୍ୟାଙ୍କ, କଡ଼ା ନିୟମ ଆଣିଲା ରିଜର୍ଭ ବ୍ୟାଙ୍କ

You are currently viewing ସକାଳ ୮ଟା ପୂର୍ବରୁ ଓ ସନ୍ଧ୍ୟା ୭ଟା ପରେ କଲ୍‌ କରି ଗ୍ରାହକଙ୍କୁ ହଇରାଣ କରିପାରିବନି ବ୍ୟାଙ୍କ, କଡ଼ା ନିୟମ ଆଣିଲା ରିଜର୍ଭ ବ୍ୟାଙ୍କ

ଭୁବନେଶ୍ୱର: ଗ୍ରାହକଙ୍କଠାରୁ ଋଣ ଅର୍ଥ ଅସୁଲ ନିୟମକୁ କଡ଼ାକଡ଼ି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଟଙ୍କା ଆଦାୟ କରୁଥିବା ବେଳେ ବଳ ପ୍ରୟୋଗ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ପରେ ଆର୍‌ବିଆଇ ଏ ସମ୍ପର୍କିତ ନିୟମକୁ ପରିବର୍ତ୍ତନ କରି ଆହୁରି ଶକ୍ତ କରିଛି। କୌଣସି ପରିସ୍ଥିତିରେ ଗ୍ରାହକଙ୍କୁ ହଇରାଣ ହରକତ ଓ ନିର୍ଯାତନା ନଦେବା ଲାଗି ସବୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ କୁହାଯାଇଛି। ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣ ଅଧୀନରେ ଥିବା ସବୁ ସଂସ୍ଥା ପାଇଁ ଏହି ନିୟମ ଲାଗୁ ହୋଇଛି। ଯଦି କୌଣସି ସଂସ୍ଥା ଏହି ନିୟମ ଉଲ୍ଲଂଘନ କରେ ତେବେ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶନାମା ଜାରି କରିଛି।

ରିଜର୍ଭ ବ୍ୟାଙ୍କ କହିଛି ଯେ ଋଣ ଆଦାୟ ଆଳରେ କୌଣସି ସଂସ୍ଥା ଗ୍ରାହକଙ୍କ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କୁ ହଇରାଣ କରିପାରିବେ ନାହିଁ। ସେମାନଙ୍କ ଗୋପନୀୟତା ସୀମା ଉଲ୍ଲଂଘନ କରିବେ ନାହିଁ। ଏଜେଣ୍ଟ୍‌ମାନେ ‌ମୋବାଇଲ୍ କିମ୍ବା ସୋସିଆଲ ମିଡିଆରେ କୌଣସି ଅନୁପଯୁକ୍ତ ମେସେଜ ପଠାଇପାରିବେ ନାହିଁ। ଗ୍ରାହକଙ୍କୁ ଧମକାଇବା ଭଳି କୌଣସି କଲ୍ କିମ୍ବା ଅଜଣା କଲ୍ କରିପାରିବେ ନାହିଁ। ଋଣ ରାଶି ଫେରସ୍ତ ମାଗିବା ଲାଗି ଗ୍ରାହକମାନଙ୍କୁ ସକାଳ ୮ଟା ପୂର୍ବରୁ କିମ୍ବା ରାତି ୭ଟା ପରେ କଲ୍ କରିବାକୁ ବାରଣ କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ।

Share

Leave a Reply