ଅବ୍ୟବସ୍ଥା ଘେରରେ ଅନୁଗୁଳ ବଡ଼ ମେଡିକାଲର ହେଲ୍ପ ଡେସ୍କ, ରୋଗୀଙ୍କୁ ସାହାଯ୍ୟ କରିବ କଣ ସବୁ ବେଳେ ବନ୍ଦ

You are currently viewing ଅବ୍ୟବସ୍ଥା ଘେରରେ ଅନୁଗୁଳ ବଡ଼ ମେଡିକାଲର ହେଲ୍ପ ଡେସ୍କ, ରୋଗୀଙ୍କୁ ସାହାଯ୍ୟ କରିବ କଣ ସବୁ ବେଳେ ବନ୍ଦ

ଅନୁଗୁଳ : ବହୁ ଅବ୍ୟବସ୍ଥା ଘେରରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ହସ୍ପିଟାଲର ହେଲ୍ପ ଡେସ୍କ କାଉଣ୍ଟର ଅନେକ ଦିନ ହେଲାଣି ବନ୍ଦ ପଡିଛି। ଏହି ଡେସ୍କ ବିଭିନ୍ନ ୱାର୍ଡ, ରକ୍ତପରୀକ୍ଷା କେନ୍ଦ୍ର, ଆଖି, ଟିବି, ଅନ୍ୟ ଡାକ୍ତରୀ ସେବା ବିଷୟରେ ରୋଗୀଙ୍କୁ ସୂଚନା ଦେବା ଉଦ୍ଦେଶ୍ୟରେ ଖୋଲା ଯାଇଥିଲା। ଏଥିପାଇଁ ଡିଏମଏଫ ଫଣ୍ଡରୁ କର୍ମଚାରୀ ମଧ୍ୟ ନିଯୁକ୍ତ କରାଯାଇଥିଲା।
କିନ୍ତୁ ଏବେ କାଉଣ୍ଟର ବନ୍ଦ ଥିବାରୁ ଛାତରୁ ପାଣି ବୋହୁଛି। ସେହିପରି ଡାକବାଜି ଯନ୍ତ୍ର ମଧ୍ୟ ଅଚଳ ହୋଇ ପଡିଛି।ଅନ୍ୟପଟେ କର୍ମଚାରୀମାନେ ବସି ବସି ଦରମା ନେଉଛନ୍ତି।ଡାକ୍ତରଖାନାରେ ଦୁଇ ଦୁଇ ଜଣ ମ୍ୟାନେଜର ଥିଲେ ମଧ୍ୟ ଏଥିପ୍ରତି କାହାର ଦୃଷ୍ଟି ପଡୁନାହିଁ। ଫଳରେ ରୋଗୀମାନେ ଦଲାଲ ହାବୁଡ଼ରେ ପଡ଼ି ହଇରାଣ ହେଉଛନ୍ତି।

ଏନେଇ ସ୍ବେଚ୍ଛାସେବୀ ପ୍ରତାପ ମହାପାତ୍ର କହିଛନ୍ତି, ଡାକ୍ତରଖାନାର ସବୁ ଅଧିକାରୀଙ୍କୁ ଜଣାଇଥିଲୁ। କିନ୍ତୁ ସେ ଦେଖିବା ବୋଲି କହି କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ତେଣୁ ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।

Share

Leave a Reply