ରାତିକେ ହାତୀ ନେଲା ଦୁଇ ଜୀବନ କମୁନି ହାତୀ ମଣିଷ ବିବାଦ

You are currently viewing ରାତିକେ ହାତୀ ନେଲା ଦୁଇ ଜୀବନ କମୁନି ହାତୀ ମଣିଷ ବିବାଦ
Road warning sign for elephant crossing road against traffic with tuk tuk, Sri Lanka

ଅନୁଗୁଳ: ଅନୁଗୁଳରେ ଗତ ଗୁରୁବାର ରାତିରେ ହାତୀ ପୁଣି ଆତଙ୍କ ସୃଷ୍ଟି କରିବା ଶହ ଦୁଇ ଜଣଙ୍କୁ ଦଳି ମାରିଦେଇଛନ୍ତି। ଅନୁଗୁଳ
ସଦର ଥାନା ଅନ୍ତର୍ଗତ ସରଧାପୂର୍ ଗାଁର ଗୁରୁ ନାଏକ ନାମକ ଯୁବକ କମ୍ପ୍ୟୁଟର କ୍ଲାସ ସାରି ଘରକୁ ଫେରିବା ବେଳେ ହାତୀ ହାବୁଡରେ ପଡ଼ିଥିଲେ।ଗାଁ ରାସ୍ତା ବର୍ଷାରେ କାଦୁଅ ହୋଇଥିବା ହେତୁ ଗୁରୁ ଦୌଡ଼ିଯାଇ ପାରି ନ ଥିଲେ। ଏଇ ମୌକାରେ ହାତୀ ତାକୁ ଧରି ପକାଇ ଦଳି ଦେଇଥିଲା। ସେହିପରି ଛେଳିଆପଡ଼ାର ଅଇଁଠୁ ପ୍ରଧାନ(୫୫) ଘର ସାମନା ବଗିଚାରେ କୁଡିଆ କରି ରହୁଥିଲେ।ଫସଲ ଜଗୁଥିଲେ। ଖସ ଖସ ଶବ୍ଦ ଶୁଣି ଷଣ୍ଢ ଆସୁଥିବା ଭାବି ଅଇଁଠୁ ଘରୁ ବାହାରିବା କ୍ଷଣି ହାତୀ ତାଙ୍କୁ ଧରିନେଇ ଦଳି ଦେଇଥିଲା।ଘଟଣା ସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।ପୋଲିସ ଓ ଜଙ୍ଗଲ ବିଭାଗର ଅଧିକାରୀମାନେ ଖବର ପାଇ ଶବ ଦୁଇଟିକୁ ଉଦ୍ଧାର କରି ପଞ୍ଚନମା ପାଇଁ ଅନୁଗୁଳ ଡାକ୍ତରଖାନା ଆଣିଥିଲେ।

ସୂଚନା ଯୋଗ୍ୟ ଯେ ଅନୁଗୁଳ ଜିଲ୍ଲାରେ ହାତୀ ମଣିଷ ବିବାଦ ଥମିବାର ନାଁ ଧରୁନି।ଜଙ୍ଗଲ ବିଭାଗ ଯେତେ ହାତୀ ଘଉଡ଼ାଇବାକୁ ବ୍ୟବସ୍ଥା କଲେ ତାହା ସଫଳ ମଧ୍ୟ ହେଉନାହିଁ। ଚଳିତ ବର୍ଷ ଜାନୁୟାରୀ ମାସରେ ଗୋଟିଏ ଦିନରେ ହାତୀ ଅନୁଗୁଳର ଚାରି ଜଣଙ୍କ ଜୀବନ ନେଇଥିଲା। ସେତେବେଳେ ଚ୍ଛେଳିଆପଡ଼ା, ଅଙ୍ଗାରବନ୍ଧ, ବାରସୀଙ୍ଗାଓ ଗଡସନ୍ତ୍ରିର ଚାରି ଚାରି ଜଣଙ୍କୁ ହାତୀ ମରିଥିଲା। ଜିଲ୍ଲା ଜଙ୍ଗଲ ବିଭାଗ ପକ୍ଷରୁ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବାକୁ ସ୍ଥାନୀୟ ଗ୍ରାମବାସୀ ଦାବୀ ଜଣାଇଛନ୍ତି।

Share

Leave a Reply