ଅନୁଗୁଳ: ଅନୁଗୁଳ ମେଡିକାଲ ସାମନା ରାସ୍ତାର ପ୍ରାୟ ୫୦ ମିଟର ରାସ୍ତାକୁ ପ୍ରଶାସନ ପକ୍ଷରୁ ନୋ ପାର୍କିଂ ଜୋନ ଘୋଷଣା କରାଯାଇଛି। ସଂଜୀବନି ମାର୍କେଟର ଏହି ଅଂଶରେ ଲୋକ ମାନେ ମନ ଇଛା ଗାଡି ପାର୍କିଂ କରିବାରୁ ଆମ୍ବୁଲାନ୍ସ ଯିବା ଆସିବାରେ ଅସୁବିଧା ହେଉଥିଲା। ଗତ ସୋମବାର ସକାଳେ ଏଭଳି ମନ ଇଚ୍ଛା ଗାଡି ପାର୍କିଂକୁ ନେଇ ମେଡିକାଲ ସିକ୍ୟୁରୀଟି ଇନ ଚାର୍ଜ ଏବଂ ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେଣୁ ଆଜି ପ୍ରଶାସନ ପକ୍ଷରୁ ଏଭଳି ନୋ ପାର୍କିଂ ଜୋନ ଘୋଷଣା କରାଯାଇଛି ।
ମେଡିକାଲ ସାମନା ରାସ୍ତା ନୋ ପାର୍କିଂ ଜୋନ ଘୋଷିତ
- Post published:May 2, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul


