ଭାଙ୍ଗିଲା ପ୍ରଶାସନର ନିଦ: ଆମ ହସ୍ପିଟାଲ୍ ଯୋଜନାରେ ଛେଣ୍ଡିପଦାକୁ ସାମିଲ ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ଅବରୋଧ, ଚିଠିର ନକଲ ପାଇବା ପର୍ଯ୍ୟନ୍ତ ଚାଲିବ ପ୍ରତିବାଦ

You are currently viewing ଭାଙ୍ଗିଲା ପ୍ରଶାସନର ନିଦ: ଆମ ହସ୍ପିଟାଲ୍ ଯୋଜନାରେ ଛେଣ୍ଡିପଦାକୁ ସାମିଲ ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ଅବରୋଧ, ଚିଠିର ନକଲ ପାଇବା ପର୍ଯ୍ୟନ୍ତ ଚାଲିବ ପ୍ରତିବାଦ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଆଖପାଖ ୭ ଟି ମୌଜାର ଲୋକଙ୍କ ଦ୍ୱାରା ଦୀର୍ଘ ଦିନର ଆନ୍ଦୋଳନ ସହ ଦୁଇ ଦିନର ଅର୍ଥନୈତିକ ଅବରୋଧ ପରେ ଏବେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି।

ମଙ୍ଗଳବାର ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଉପ ଆରକ୍ଷୀ ଅଧୀକ୍ଷକ ପ୍ରସନ୍ନ କୁମାର ବିଶ୍ୱାଳ, ଉପଖଣ୍ଡ ପୋଲିସ ଅଧିକାରୀ ରମାକାନ୍ତ ମହାଳିକ, ଛେଣ୍ଡିପଦା ତହସିଲଦାର ମାନସ କୁମାର ରାୟ, ସହକାରୀ ଜିଲ୍ଲାପାଳ ରାଜୀବ ଲୋଚନ ବେହେରା ପ୍ରମୁଖ ଧାରଣା ସ୍ଥଳକୁ ଯାଇ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ। ଛେଣ୍ଡିପଦାକୁ ଆମ ହସ୍ପିଟାଲ ଯୋଜନାରେ ସାମିଲ କରିବାକୁ ବୁଧବାର ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଚିଠି କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ରାସ୍ତା ଅବରୋଧରୁ ଉଠିଥିଲେ।

କିନ୍ତୁ ରାଜ୍ୟ ସରକାରଙ୍କୁ ପ୍ରେରିତ ଚିଠିର ନକଲ ପାଇବା ପରେ ହିଁ ସ୍ଥାନୀୟ ଲୋକେ ଆନ୍ଦୋଳନରୁ ଓହରିବେ ବୋଲି କହିଛନ୍ତି।
ଫଳରେ ଦୁଇ ଦିନ ଧରି ଲାଗିରହଥିବା ଅଚଳାବସ୍ଥା ଶେଷ ହୋଇଛି।

Share

Leave a Reply