କାଲିଠୁ ଖୋଲୁଛି ସ୍କୁଲ, ସକାଳ ୬ରୁ ୯ଟା ଯାଏ ହେବ ପାଠପଢ଼ା

You are currently viewing କାଲିଠୁ ଖୋଲୁଛି ସ୍କୁଲ, ସକାଳ ୬ରୁ ୯ଟା ଯାଏ ହେବ ପାଠପଢ଼ା

ଭୁବନେଶ୍ୱର : କାଲିଠୁ ପୁଣି ଖୋଲୁଛି ସ୍କୁଲ, ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଖୋଲିବା ଓ ପାଠପଢ଼ା ସମୟରେ କିଛିଟା ପରିବର୍ତ୍ତନ କରିଛନ୍ତି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ନୂଆ ନିର୍ଦ୍ଦେଶ ଅନୁଯାୟୀ, ସୋମବାର ଠାରୁ ସ୍କୁଲଗୁଡ଼ିକ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଚାଲିବ। କାଲିଠୁ ଏହି ନିର୍ଦ୍ଦେଶ ଲାଗୁ ହେବ। ସୂଚନାଯୋଗ୍ୟ ଯେ ପୂର୍ବରୁ ସ୍କୁଲ ସମୟ ସକାଳ ୬.୩୦ରୁ ୧୦.୩୦ ଯାଏ ଥିଲା। କିନ୍ତୁ ଖରା ଯୋଗୁ ଏହାକୁ ୬ଟାରୁ ୯ଟା କରି ଦିଆଯାଇଛି।

ଅନ୍ୟପଟେ ପୂର୍ବ ନିର୍ଦ୍ଧାରିତ ସମସ୍ତ ପରୀକ୍ଷାଗୁଡ଼ିକର ନିର୍ଦ୍ଧାରିତ ସମୟରେ ହେବ। ସେଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

Share

Leave a Reply