ଅନୁଗୁଳ: ଦୀର୍ଘଦିନ ସ୍କୁଲ ବନ୍ଦ ରହିବା ପରେ ସରକାର ପ୍ରାଥମିକ ପର୍ଯ୍ୟାୟରେ ଦଶମ ଶ୍ରେଣୀ ପିଲାଙ୍କୁ ପଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ୨୪୯ ସ୍କୁଲର ପ୍ରାୟ ୧୭ ହଜାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ପିଲାଙ୍କୁ ସଂକ୍ରମଣ ମୁକ୍ତ ସହ ବିଦ୍ୟାଳୟରେ କୋଭିଡ୍ କଟକଣା ଅନୁପାଳନ ପାଇଁ ଜିଲ୍ଲା ଶିକ୍ଷା ବିଭାଗ ଜୋରଦାର କସରତ ଚଳାଇଛି। ସ୍କୁଲ୍ଗୁଡିକ ସଫାସତୁରା କରିବା ସହ ବିଶୋଧନ କରାଯାଉଛି । ବିଦ୍ୟାଳୟଗୁଡିକର ପ୍ରସ୍ତୁତି ଯାଞ୍ଚ କରିବାକୁ ଗୁରୁବାର ରାଜ୍ୟ ଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶିକା ତଥା ଅନୁଗୁଳ ଜିଲ୍ଲା ପାଇଁ ନିଯୁକ୍ତ ନୋଡାଲ୍ ଅଫିସର ମୀନାକ୍ଷି ପଣ୍ଡା ପରିଦର୍ଶନରେ ଆସିଥିଲେ। ଅନୁଗୁଳ ସହର ଓ ଏହାର ଉପକଣ୍ଠରେ ଥିବା ମୋଟ୍ ୭ଟି ବିଦ୍ୟାଳୟ ପରିଦର୍ଶନ କରି ସେ ସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡ଼ିଛି। ଶ୍ରୀମତୀ ପଣ୍ଡା ଅନୁଗୁଳ ହାଇସ୍କୁଲ, କୁମଣ୍ଡ-ଜରାସିଂହା ହାଇସ୍କୁଲ, ବଅଁରପାଳର ପିବିକେ ହାଇସ୍କୁଲ, ଖଲାରୀ ହାଇସ୍କୁଲ, ପିଟିସି ହାଇସ୍କୁଲ ଓ ଏନ୍ଏସି ହାଇସ୍କୁଲ ପରିଦର୍ଶନ କରିଥିଲେ।ନିର୍ଦ୍ଦେଶିକାଙ୍କ ପରିଦର୍ଶନ ବେଳେ ଏଡିଇଓ ତଥା ଭାରପ୍ରାପ୍ତ ଡିଇଓ ଅଜୟ କୁମାର ପାତ୍ର, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଲକ୍ଷ୍ମଣ କୁମାର ବେହେରା ଉପସ୍ଥିତ ଥିଲେ ।
୨୬ରୁ ଖୋଲିବ ସ୍କୁଲ, ସ୍ଥିତି ପରଖିଲେ ସହକାରୀ ନିର୍ଦ୍ଦେଶକ
- Post published:July 23, 2021
- Post category:ମୁଖ୍ୟ ଖବର
- Post comments:1 Comment
- Post author:Angul TV Bureau
Tags: Angul



Is the best of study ଆମର ଯେତେ ପିଲା ସବୁ ଖୁସି ଅଛୁ ସ୍କୁଲ ଖୋଲିବା ବୋଲି। ଆମେ ସବୁ ଅନୁଗୋଳ ଜିଲ୍ଲା KANHIA ବ୍ଲକ ଅନ୍ତର୍ଗତ।