ଅନୁଗୁଳରେ ସମର୍ପଣ ଏକାଡେମୀର ଦ୍ୱିତୀୟ କ୍ୟାମ୍ପସ୍ ଉଦ୍‌ଘାଟିତ

0

ଅନୁଗୁଳ: ଅନୁଗୁଳର ଜଣାଶୁଣା ଶିକ୍ଷାନୁଷ୍ଠାନ ‘ସମର୍ପଣ ଏକାଡେମୀ’ର ଦ୍ଵିତୀୟ କ୍ୟାମ୍ପସ୍ ଅନୁଗୁଳ ସହରର ପ୍ରଗତିନଗର ଠାରେ ଉଦ୍‌ଘାଟିତ ହୋଇଛି। ନବକୃଷ୍ଣ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ଯକ୍ଷା ଡ. ଦ୍ରୌପଦୀ ପଟେଲ୍‌ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ଅନୁଗୁଳ ଶାଖା ପ୍ରବନ୍ଧକ ରମାକାନ୍ତ ବେହେରା ଯୋଗଥିଲେ।
ପୂର୍ବରୁ ଅମଲାପଡ଼ା ଠାରେ ସମର୍ପଣ ଏକାଡେମୀର ପ୍ରଥମ କ୍ୟାମ୍ପସ୍ ଥିବା ବେଳେ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ଦ୍ଵିତୀୟ କ୍ୟାମ୍ପସ୍ ଖୋଲାଯାଇଥିବା ଅଧ୍ଯକ୍ଷା ବୈଷ୍ଣବୀ ଦେଓ ପ୍ରକାଶ କରିଛନ୍ତି। ଏଠାରେ ଶୀତତାପ ନିୟନ୍ତ୍ରିତ ସ୍ମାର୍ଟ୍ କ୍ଳାସରୁମ୍, ଲାଇବ୍ରେରୀ, ଅଭିଜ୍ଞ ଶିକ୍ଷକ, ଲାବୋରୋଟୋରୀ ସହିତ କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି। ସ୍କୁଲ ଶିକ୍ଷା ପରେ ଛାତ୍ରଛାତ୍ରୀଙ୍କ ଦ୍ଵନ୍ଦ୍ବ ଦୂର କରିବା ସହିତ ଉନ୍ନତ ଶିକ୍ଷା ପ୍ରଣାଳୀରେ ଶିକ୍ଷାଦାନ ଲକ୍ଷ୍ୟ ରଖାଯାଇଥିବା ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ନିରୋଦ କୁମାର ସାହୁ କହିଛନ୍ତି।

ନିର୍ଦ୍ଦେଶକ ପାର୍ଥସାରଥୀ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ଭବାନୀ ଶଙ୍କର ପ୍ରଧାନ, ନିତିଶ୍ ଚନ୍ଦ୍ର ବେହେରା, ନିହାର ରଞ୍ଜନ ସାହୁ, ଲଳିତ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ, ସ୍ବାଗତିକା ନାଥ, ଶୁଭଙ୍କର ସାହୁ ପ୍ରମୁଖ ପରିଚାଳନା କରିଥିଲେ।

Leave A Reply

Your email address will not be published.

error: Content is protected !!