ବିଜେଡିରେ ମିଶିଲେ ଅନୁଗୁଳର ବିଶିଷ୍ଟ ଶିକ୍ଷାବିତ୍ ମହେଶ ଧଳ

0

ଭୁବନେଶ୍ବର/ଅନୁଗୁଳ: ଶଙ୍ଖ ଧରିଲେ ଅନୁଗୁଳ ଜିଲ୍ଲାର ମହେଶ ଚନ୍ଦ୍ର ଧଳ। ଜଣେ ଅନୁଷ୍ଠାନ ଭାବେ ପରିଚିତ ମହେଶ ଚନ୍ଦ୍ର ଧଳ ହେଉଛନ୍ତି ଆଦର୍ଶ ଗ୍ରୁପର ପ୍ରତିଷ୍ଠାତା। ସେ ଶିକ୍ଷାରେ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ଆଜି ଶଙ୍ଖ ଭବନରେ ମହେଶ ଓ ତାଙ୍କ ସହଯୋଗୀ ସୁଶାନ୍ତ ସାହୁ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶଙ୍କ ପକ୍ଷରୁ ତାଙ୍କୁ ସାଂସଦ ସସ୍ମିତ ପାତ୍ର ସ୍ୱାଗତ କରିଥିଲେ।

ମହେଶ ଚନ୍ଦ୍ର ଧଳ ଓ ତାଙ୍କ ସହଯୋଗୀ ଦଳରେ ସାମିଲ ହେବା ପରେ ଅନୁଗୁଳ ଜିଲ୍ଲାରେ ବିଜେଡି ଆହୁରି ସଶକ୍ତ ହେଲା ବୋଲି କହିଛନ୍ତି ସାଂସଦ ସସ୍ମିତ ପାତ୍ର ।

ସେହିପରି ମହେଶ ଚନ୍ଦ୍ର ଧଳ କହିଛନ୍ତି ଯେ, ‘ଆଜି ମୋ ପାଇଁ ମହତ ଦିନ କାରଣ ମୁଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହେଲି । ତେଣୁ ମୁଁ ତାଙ୍କ ପାଖରେ ଚିର ଋଣୀ । ନବୀନ ବାବୁଙ୍କ ବିକଶିତ ଓଡିଶା ସ୍ୱପ୍ନ ସଫଳ ହେବ’ ।

ସୂଚନାଯୋଗ୍ୟ ଯେ ମହେଶ ଚନ୍ଦ୍ର ଧଳ ଅନୁଗୁଳରେ ପ୍ରଥମ ଦୁଇ ଶହ ଶଯ୍ୟା କୋଭିଡ ହସ୍ପିଟାଲ କରିବା ସହ ମାଗଣା ଅକ୍ସିଜେନ ଦେଇଥିଲେ । ୨୦୧୦ ରେ ରେକର୍ଡ ୧୦୦୧ ରକ୍ତ ୟୁନିଟ୍ କରିଥିଲେ । ସେ ରକ୍ତ ଅଭାବ ଦୂର କରିଛନ୍ତି । ଦକ୍ଷତା ବିକାଶ ପାଇଁ ଆଇଟିଆଇ ଆରମ୍ଭ କରିବା ସହ ଗରିବ ପିଲାଙ୍କ ପାଇଁ ଶିକ୍ଷା ଓ କ୍ରୀଡା ହବ କରିଛନ୍ତି ।

Leave A Reply

Your email address will not be published.

error: Content is protected !!