ଅନୁଗୁଳ: ସ୍ୱାଧୀନତାର ୭୫ ବର୍ଷରେ ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦୁଇ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ କରିଛନ୍ତି। ଏ ଅବସରରେ ଗୁରୁବାର ଦିନ ମନ୍ତ୍ରୀ ଅନୁଗୁଳ ମ୍ୟୁନିସିପାଲିଟି ଅଞ୍ଚଳର ୧୧ ନମ୍ବର ୱାର୍ଡ଼ର ହାଟଛକର ପଡିଆ ସାହିଠାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବିଷୟରେ ଲାଭାର୍ଥୀଙ୍କ ସହ ଆଲୋଚନା କରିଥିଲେ। ପରେ ସେହି ବସ୍ତିରେ ଦଳିତ ପରିବାର ଦୁଃଖବନ୍ଧୁ ନାଏକଙ୍କ ଘରେ ରାତ୍ରି ଭୋଜନ କରିଥିଲେ। ତାଙ୍କ ସହିତ ଜିଲ୍ଲା ବିଜେପି ସଭାପତି ଡିଲେଶ୍ଵର ପ୍ରଧାନ, ଜିଲ୍ଲା ପ୍ରଭାରୀ ସୀମାଞ୍ଚଳ ଖଟେଇ, ବିଜେପି ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଜେପି ନେତା ଦିଲ୍ଲୀପ ପ୍ରଧାନ, ସୁନୀଲ ସାହୁ, ଅନୁଗୁଳ ପୌର ପାଳିକାର ପୌର ଉପାଧ୍ୟକ୍ଷା ଅନୁପମା ସାହୁ, ଦଳର ସମସ୍ତ କାଉନସିଲର, ବିଜେପି ନେତା ଲୋକନାଥ ନାଏକ, ତପନ ପୋଲାର ପ୍ରମୁଖ ଉପସ୍ଥିତ ଥିଲେ।
ଅନୁଗୁଳ ଗସ୍ତର ଦ୍ଵିତୀୟ ଦିନ: ଦଳିତ ପରିବାରରେ ଭୋଜନ କଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ
- Post published:July 8, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau



