ଅନୁଗୁଳ: ଜୁନ୍ ମାସ ୨୨ ତାରିଖରୁ ନିଖୋଜ ହୋଇଯାଇଥିବା ନକୁଳ ଚନ୍ଦ୍ର ମୁକ ବଧିର ବିଦ୍ୟାଳୟର ଆଠ ବର୍ଷର ଛାତ୍ରୀର ମୃତ ଦେହ ଟେଣ୍ଟୁଲେଇ ପାଖ ନନ୍ଦିରା ଯୋର ନିକଟରୁ ଗତ ଗୁରୁବାର ମିଳିବା ପରେ ପୁଲିସ ଶବକୁ ଜବତ କରି ଅନୁଗୁଳ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛି। ଶବଟି ପଚି ସଢ଼ି ଯାଇଥିବାବେଳେ ମୁଣ୍ଡଟି ମିଳି ନ ଥିଲା। ନାବାଳିକା ଜଣକ ନନ୍ଦିରା ଯୋର ପାଖକୁ କାହିଁକି ଯାଇଥିଲେ, ତାଙ୍କର ସେଠି କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ତାହା ରହସ୍ୟ ହୋଇ ରହିଛି। ମୁଣ୍ଡ ଟି ମିଳୁନଥିବାରୁ ହତ୍ୟା ଆଶଙ୍କାକୁ ମଧ୍ୟ ସମ୍ପୂର୍ଣ୍ଣ ଟାଳୀ ଦିଆଯାଇ ପାରୁନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କୁହାଯାଉଛି।
ଭିନ୍ନକ୍ଷମ ନାବାଳିକା ମୃତ୍ୟୁ:ଦୁର୍ଘଟଣା ନା ହତ୍ୟା ?
- Post published:July 9, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul