ଅନୁଗୁଳରେ ଦ୍ଵିତୀୟ ଜାତୀୟ ଲୋକ ଅଦାଲତ

You are currently viewing ଅନୁଗୁଳରେ ଦ୍ଵିତୀୟ ଜାତୀୟ ଲୋକ ଅଦାଲତ

ଅନୁଗୁଳ: ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ଶନିବାର ଅନୁଗୁଳ କୋର୍ଟ ପରିସରରେ ଦ୍ବିତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୧୩ଟି ବିଚାରାଧୀନ ମାମଲାର ଫଏସଲା କରାଯାଇଛି। ତନ୍ମଧ୍ୟରେ ୩୬ଟି ମୋଟର ଯାନ ଦୁର୍ଘଟଣା ଜନିତ ମାମଲାର ଫଏସଲା କରାଯାଇ ୨ କୋଟି ୯୧ ଲକ୍ଷ ୪୫ ହଜାର ଟଙ୍କାର କ୍ଷତିପୂରଣ ରାଶି ଦିଆଯାଇଛି। ଲୋକ ଅଦାଲତରେ ୫୪ଟି ପ୍ରାକ୍ ମୋକଦ୍ଦମା ଜନିତ ମାମଲାର ସମାଧାନ କରାଯାଇଥିଲା। ଏଥିମଧ୍ୟରୁ ୫୧ଟି ବ୍ୟାଙ୍କ ସମ୍ପର୍କିତ ମାମଲାର ଫଏସଲା କରାଯାଇ ୧୨ ଲକ୍ଷ ୧୬ ହଳାର ୯୯୪ ଟଙ୍କା ପ୍ରଦାନ କରାଯାଇଛି। ୨ଟି ବିଦ୍ୟୁତ୍ ଉପଯୋଗୀ ସମ୍ବନ୍ଧୀୟ ଓ ଗୋଟିଏ ଅର୍ଥ ସଂସ୍ଥା ସମ୍ବନ୍ଧୀୟ ମାମଲାର ମଧ୍ୟ ସମାଧାନ ହୋଇଛି । ଏହାବ୍ୟତୀତ ୧୩ଟି ଚେକ୍‌ ବାଉନ୍ସ ମାମଲାର ବିଚାର କରାଯାଇ ୧୭ ଲକ୍ଷ ୨୮ ହଜାର ୫୭୬ ଟଙ୍କାରେ ସମାଧାନ କରାଯାଇଥିଲା ୩୪ଟି ଦେୱାନୀ ମାମଲାର ବିଚାର କରାଯାଇ ୨ କୋଟି ୯୦ ଲକ୍ଷ ୬୨ ହଜାର ୬୮୦ ଟଙ୍କା ସମାଧାନ କରାଯାଇଥିବା ବେଳେ ୮ଟି ବିଚାରାଧୀନ ବ୍ୟାଙ୍କ ସମ୍ପର୍କିତ ମାମଲା, ୮ଟି ପାରିବାରିକ ମାମଲା, ୧୪ଟି ଫୌଜଦାରୀ ମାମଲାର ସମାଧାନ କରାଯାଇଥିଲା। ଏଥିସହିତ ୧୩୭୯ଟି ରାଜସ୍ବ ମାମଲାର ବିଚାର କରାଯାଇ ୬ ଲକ୍ଷ ୨୦ ହଜାର ୨୫୭ ଟଙ୍କାର ସମାଧାନ କରାଯାଇଥିଲା। ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଡ. ଭାଗ୍ୟଲକ୍ଷ୍ମୀ ରଥଙ୍କ ତତ୍ତ୍ଵାବଧାନରେ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସ୍ଥାୟୀ ଲୋକ ଅଦାଲତ (ଜନୋପଯୋଗୀ ସେବା) ଅଧ୍ୟକ୍ଷ ସରୋଜ କୁମାର ପତି, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍(ଭିଜିଲାନ୍ସ) ଦିଗମ୍ବର ପୃଷ୍ଟି, ଜଜ (ଫ୍ୟାମିଲି କୋର୍ଟ) ରଶ୍ମିତା ଦଲାଇ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଅଗସ୍ତ କୁମାର ସାହୁ, ସିଜେଏମ୍ ସି.ଏଚ୍. ବାସୁଦେବ ପାତ୍ର, ରେଜିଷ୍ଟ୍ରାର ସିଭିଲ କୋର୍ଟ୍ ଆଶିଷ କୁମାର ପଟ୍ଟନାୟକ, ବରିଷ୍ଠ ଦେୱାନୀ ବିଚାରପତି ଲୋପାମୁଦ୍ରା ମଲ୍ଲ, ବରିଷ୍ଠ ଦେୱାନୀ ବିଚାରପତି (ଏଲଆରଏଲଟି) ସଙ୍ଗୀତା ପାତ୍ର , ଅନୁ ବିଭାଗୀୟ ଦଣ୍ଡାଧିକାରୀ ଆଶିଷ କୁମାର ପରିଜା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଐଶ୍ଵରୀୟା କର ଓ ପ୍ରତ୍ୟାଶା ରାୟ ପ୍ରମୁଖ ଉପସ୍ଥିତ ଥିଲେ । ସରକାରୀ ଓକିଲ, ଅନୁଗୁଳ କୋର୍ଟର ଆଇନଜୀବୀ, କୋର୍ଟ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମଚାରୀମାନେ ଏହି ଲୋକ ଅଦାଲତରେ ସହଯୋଗ କରିଥିଲେ ।

Share

Leave a Reply