ପରିବେଶ ସୁରକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କଲା ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

You are currently viewing ପରିବେଶ ସୁରକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କଲା ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ଅନୁଗୁଳ: ପରିବେଶ ସୁରକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଉଦ୍ଦେଶ୍ଯରେ କଂକରାଇ ସରକାରୀ ଉଚ୍ଚ ବିଦ୍ଯାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ଯକ୍ରମ ଆୟୋଜିତ ହୋଇଛି।

ଏ ଅବସରରେ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁଗୁଳ ଆଞ୍ଚଳିକ ଶାଖା ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା, ସଚେତନତା ରାଲି ଓ ଚାରାରୋପଣ କାର୍ଯ୍ଯକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ଯକ୍ରମରେ ପ୍ରକୃତି ପରିବେଶ ଓ ବନ୍ଯଜୀବନ ସମିତି ସହଯୋଗ କରିଥିଲା। ବିଦ୍ଯାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସହକାରୀ ପରିବେଶ ଯନ୍ତ୍ରୀ ବବି ବେହେରା, ସମାଜସେବୀ ତଥା ପରିବେଶପ୍ରେମୀ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଛାତ୍ରଛାତ୍ରୀଙ୍କ ମଧ୍ଯରେ ଚିତ୍ରାଙ୍କନ ଓ ଜଣାଅଜଣା ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା।

ସମିତି ପକ୍ଷରୁ ପ୍ରିୟବ୍ରତ ବେହେରା, ବିନୟ କୁମାର ସାହୁ ସମେତ ବିଦ୍ଯାଳୟର ଶିକ୍ଷକ ଶିକ୍ଷୟିତ୍ରୀ ରେଖାସ୍ମିତା ତପୋବନ, ଶରତ ଚନ୍ଦ୍ର ସାହୁ , ମୂରଲୀଧର ଗୋଚ୍ଛାୟତ ପ୍ରମୂଖ ସହଯୋଗ କରିଥିଲେ।

Share

Leave a Reply