ଅନୁଗୁଳ: ଅତ୍ୟାଧୁନିକ ବନ୍ଧୁକ ଚାଳନା ପ୍ରତିଯୋଗିତା ନିମନ୍ତେ ରାଜ୍ୟର ପ୍ରଥମ ଟ୍ରାପ ମେସିନ୍ ତାଳଚେର ରାଇଫଲ୍ କ୍ଲବ୍ ଠାରେ ସ୍ଥାପିତ ହୋଇଛି। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଏହି ମେସିନ୍କୁ ଉଦ୍ଘାଟନ କରିଥିଲେ। ଏହି ମେସିନ୍ ଦ୍ଵାରା ୧୨ଏମ୍ଏମ୍ ବନ୍ଧୁକ ଚାଳନା ନିମନ୍ତେ ପ୍ରତିଯୋଗୀମାନେ ବ୍ୟବହାର କରିପାରିବେ। ଏହି ଅତ୍ୟାଧୁନିକ ବନ୍ଧୁକ ମେସିନ୍ ସ୍ଥାପନ ହେବା ଫଳରେ କ୍ରୀଡ଼ାବିଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ କ୍ଲବ୍ ସମ୍ପାଦିକ ଶରତ ଚନ୍ଦ୍ର ଦେବ, ସଦସ୍ୟ ଭୁବନେଶ୍ୱର ସାମନ୍ତ, ସଞ୍ଜିବ କୁମାର ପଟ୍ଟନାୟକ, ବୁନି ମହାରଣା, ସୁଧୀର କୁମାର ସିଂହସାମନ୍ତଙ୍କ ସମେତ ସଦସ୍ୟମାନେ ଉପସ୍ଥିତ ଥିଲେ ।
ତାଳଚେର ରାଇଫଲ୍ କ୍ଲବରେ ରାଜ୍ୟର ପ୍ରଥମ ଟ୍ରାପ ମେସିନ୍ ସ୍ଥାପିତ
- Post published:June 20, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
