ସହିଦ ଦେବାଶିଷ ସେଠୀଙ୍କ ପ୍ରତିମୂର୍ତି ଉନ୍ମୋଚିତ

You are currently viewing ସହିଦ ଦେବାଶିଷ ସେଠୀଙ୍କ ପ୍ରତିମୂର୍ତି  ଉନ୍ମୋଚିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଠାରେ ଗୁରୁବାର ସହିଦ ଦେବାଶିଷ ସେଠୀଙ୍କ ପ୍ରତି ମୂର୍ତି ଉନ୍ମୋଚିତ କରିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଏସ୍‌ପି ଜଗମୋହନ ମୀନା । ଏ ଅବସରରେ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ସ୍ଥାନୀୟ ବାସିନ୍ଦା ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ସହିଦ ଦେବାଶିଷଙ୍କ ବଳିଦାନ ଏବଂ ତ୍ୟାଗର ପଟାନ୍ତର ନାହିଁ ବୋଲି ପ୍ରକାଶ କରିଥିଲେ। ଦେବାଶିଷ ଙ୍କ ଘର ଅଙ୍ଗପଡ଼ା ଗାଁରେ। ସେ ପୋଲିସ କମାଣ୍ଡୋ ଭାବେ କଳାହାଣ୍ଡିର ସିର୍କୀ ଅଞ୍ଚଳରେ ମାଓବାଦୀଙ୍କ ସହ ମୁକାବିଲା କରି ପାଞ୍ଚ ଜଣଙ୍କୁ ନିପାତ କରିବା ପରେ ସହିଦ ହୋଇ ଯାଇଥିଲେ।ଭାରତ ସରକାର ଗତ ୨୦୨୧ ଅଗଷ୍ଟ ପନ୍ଦର ଦିନ ଦେବାଶିଷଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ରେ ସମ୍ମ।ନିତ କରିଥିଲେ।

Share

Leave a Reply