ଓଟିଟିରେ ପ୍ରଦର୍ଶିତ ହେବ ଭାରତୀୟ ରିଜର୍ଭ ବ୍ୟାଙ୍କର କାହାଣୀ, ରହିବ ୫ଟି ଅଧ୍ୟାୟ

0

ନୂଆଦିଲ୍ଲୀ: ଓଟିଟିରେ ପ୍ରଦର୍ଶିତ ହେବ ଭାରତୀୟ ରିଜର୍ଭ ବ୍ୟାଙ୍କର କାହାଣୀ। ଆର୍ଥିକ କ୍ଷେତ୍ରର ନିୟାମକ ସଂସ୍ଥା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ୱେବ୍‌ ସିରିଜ୍ ଆଣିବା ଉପରେ କାମ କରୁଛି। ସେଥିରେ ୨୫-୩୦ ମିନିଟ୍‌ ବିଶିଷ୍ଟ ୫ଟି ଅଧ୍ୟାୟ ରହିବ। ରିଜର୍ଭ ବ୍ୟାଙ୍କ ଏହାର ୯୦ତମ ବାର୍ଷିକୀ ପାଳନର ଅଂଶବିଶେଷ ଭାବେ ଏହି ୱେବ୍ ସିରିଜ୍ ଆଣିବା ଉପରେ କାମ କରୁଛି। ଏହି ସିରିଜ୍‌ରେ ୧୯୩୫ରେ ପ୍ରତିଷ୍ଠିତ ରିଜର୍ଭ ବ୍ୟାଙ୍କର ଇତିହାସ ଓ ପ୍ରମୁଖ ଘଟଣାବଳୀଗୁଡ଼ିକୁ ପ୍ରଦର୍ଶିତ କରାଯିବ।

ତାହା ଜାତୀୟ ଟିଭି ଓ ବିଭିନ୍ନ ଓଟିଟି ପ୍ଲାଟଫର୍ମରେ ଉପଲବ୍ଧ ହେବ। ଏହି ସିରିଜ୍‌କୁ ପ୍ରସ୍ତୁତ କରିବା ଲାଗି ରିଜର୍ଭ ବ୍ୟାଙ୍କ ‌ଟେଣ୍ଡର ଜରିଆରେ ଆଗ୍ରହୀ ପ୍ରଡକ୍ସନ୍ ହାଉସ୍‌, ଟିଭି ଚ୍ୟାନେଲ୍ ଓ ଓଟିଟି ସଂସ୍ଥାଠାରୁ ପ୍ରସ୍ତାବ ଆହ୍ବାନ କରିଛି।

ସୂଚନାଯୋଗ୍ୟ ଯେ ଅତୀତରେ ବିଶ୍ବର କିଛି ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କ ଯଥା ଆମେରିକାର ଫେଡେରାଲ୍ ରିଜର୍ଭ, ବ୍ରିଟେନ୍‌ର ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ଓ ୟୁରୋପର ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ ସେମାନଙ୍କ କାର୍ଯ୍ୟ କରିବାର ପଦ୍ଧତି ଉପରେ ବୃତ୍ତଚିତ୍ର ଆଣିଥିଲେ। କିନ୍ତୁ ରିଜର୍ଭ ବ୍ୟାଙ୍କ ଏକ ସମ୍ପୂର୍ଣ୍ଣ ସିରିଜ୍ ଆଣିବା ଉପରେ କାମ କରିବ।

Leave A Reply

Your email address will not be published.

error: Content is protected !!