ଅନୁଗୁଳ: ବିଭାଗୀୟ ତଦନ୍ତ ଓ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଡ଼ାକରା ଦିଆଯାଇଥିବା ୧୨ ଘଣ୍ଟିଆ ଓଡିଶା ବନ୍ଦ ଅନୁଗୁଳରେ ସମ୍ପୂର୍ଣ୍ଣ ସଫଳ ହୋଇଛି।
ଜିଲ୍ଲା କଂଗ୍ରେସ ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ରାଜପଥରେ ପିକେଟିଙ୍ଗ କରି ବନ୍ଦକୁ ସଫଳ କରିଛନ୍ତି। ଦୋକାନ, ବ୍ୟାଙ୍କ, ସ୍କୁଲ, କଲେଜ, ଯାନ ବାହନ ସବୁ ବନ୍ଦ ରହିଥିଲା। ଅନୁଗୁଳବାସୀ ବନ୍ଦକୁ ବିପୁଳ ସମର୍ଥନ ଦେଇଥିଲେ।ଶତାଧିକ କଂଗ୍ରେସ କର୍ମୀ, ମହିଳା, ଯୁବ ଓ ଛାତ୍ର ସାମିଲ ହୋଇ ଏହି ବନ୍ଦକୁ ସଫଳ କରିଥିଲେ।