ଅନୁଗୁଳ: ଜିଲ୍ଲା ଏଡସ ନିବାରଣ ଓ ନିୟନ୍ତ୍ରଣ କମିଟି ପକ୍ଷରୁ ମା ଠାରୁ ଶିଶୁକୁ ଏଚ୍ଆଇଭି ଏଡସ୍ ସଞ୍ଚାରଣର ନିୟନ୍ତ୍ରଣ ପାଇଁ ମଙ୍ଗଳବାର ଏକ ଜିଲ୍ଲାସ୍ତରୀୟ ଫାଷ୍ଟ୍ ଟ୍ରାକ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏଥିରେ ଅଧକ୍ଷତା କରିଥିଲେ। ଏଡସର ଭୟବହତାକୁ ଦୃଷ୍ଟିରେ ରଖି ବିଭିନ୍ନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ। ଏଥିସହିତ ମା’ ଠାରୁ ତା’ର ଶିଶୁକୁ ଏଚ୍ଆଇଭି ସଂକ୍ରମଣ ଯେପରି ନହୁଏ, ସେଥିପ୍ରତି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାବ୍ୟତୀତ ବୈଠକରେ ଏଚ୍ଆଇଭି ଆକ୍ରାନ୍ତଙ୍କୁ ବିଭିନ୍ନ ସାମାଜିକ ସୁବିଧା ସୁଯୋଗକୁ ଯୋଗାଇ ଦେବାକୁ କୁହାଯାଇଛି। ପିଏଚସି ଓ ହେଲଥ ୱେଲନେସ୍ ସେଣ୍ଟରଗୁଡିକୁ ଜିଲ୍ଲା ଖଣିଜ ପାଣ୍ଠିରୁ ଯୋଗାଇ ଦିଆଯାଇଥିବା ଫ୍ରିଜ୍ ଗୁଡିକର ବାର୍ଷିକ ମରାମତି ଚୁକ୍ତି କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଏଥିସହିତ ଜିଲ୍ଲାରେ ୨୦୦୩ରୁ ଏପର୍ଯ୍ୟନ୍ତ ମୋଟ୍ ୬ ଲକ୍ଷ ୯ ହଜାର ୮୦୧ ଜଣଙ୍କୁ କାଉନ୍ସେଲିଂ କରାଯାଇ ୫ ଲକ୍ଷ ୫୩ ହଜାର ୨୩୬ ଜଣଙ୍କ ପରୀକ୍ଷା ହୋଇଛି। ଏଥିରୁ ୨ ହଜାର ୧୨୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବୈଠକ ଆରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ ସମସ୍ତଙ୍କୁ ସ୍ବାଗତ କରିଥିଲେ । ଜିଲ୍ଲାରେ ଏଡସ ନିୟନ୍ତ୍ରଣ ପାଇଁ ଚାଲୁ ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଜିଲ୍ଲା ଏଡସ ନିୟନ୍ତ୍ରଣ ଅଧିକାରୀ ଡାକ୍ତର ବିଶ୍ଵ ବିହାରୀ ମହାନ୍ତି ପାଓ୍ବାର ପଏଣ୍ଟ ଜରିଆରେ କମିଟିର ପୂର୍ବ ନିଷ୍ପତ୍ତିର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ଡାକ୍ତର ପ୍ରମିଳା ହୋତା ଜିଲ୍ଲାରେ ଏଡସ ସଂକ୍ରମଣ ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଏଆର୍ଟି କେନ୍ଦ୍ରର ସିଏମ୍ଓ ଡାକ୍ତର ସାଶ୍ଵତ ସାଗର ମିଶ୍ର ଧନ୍ୟବାଦ ଦେଇଥିଲେ।
ଏଚ୍ଆଇଭି ନିବାରଣ ଓ ନିୟନ୍ତ୍ରଣ କମିଟି ବୈଠକ
- Post published:July 29, 2021
- Post category:ଅନ୍ୟାନ୍ୟ / ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
