ସଦସ୍ୟତା ଅଭିଯାନ ସର୍ବବ୍ୟାପୀ ହେବ: ରୁଦ୍ର ପାଣି

You are currently viewing ସଦସ୍ୟତା ଅଭିଯାନ ସର୍ବବ୍ୟାପୀ ହେବ: ରୁଦ୍ର ପାଣି

ଅନୁଗୁଳ: ବୁଧବାର ସନ୍ଧ୍ୟାରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଜିଲ୍ଲା ସଭାପତି ଡୀଲେଶ୍ୱର ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ଢେ଼ଙ୍କାନାଳ ସାଂସଦ ରୁଦ୍ର ପାଣିଙ୍କ ସମେତ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ସହ ସଂଯୋଜକ ସୁଦୀପ ଗଡ଼ନାୟକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟାbପ୍ରତିମା ମିଶ୍ର,ସଦସ୍ୟତା ଅଭିଯାନର ମୁଖ୍ୟ ଦିଲୀପ ପ୍ରଧାନ,ମୀରା ଗଡ଼ନାୟକ ଏବଂ ଅନ୍ୟ ବହୁ ନେତା ଉପସ୍ଥିତ ଥିଲେ।ଅନୁଗୁଳ ଜିଲ୍ଲାରେ ସଦସ୍ୟତା ଅଭିଯାନ ର ଶୁଭାରମ୍ଭ କରି ସାଂସଦ ରୁଦ୍ର ନାରାୟଣ ପାଣି କହିଲେକୁ କାର୍ଯ୍ୟକର୍ତ୍ତା ଚୟନର ମୂଳ ହେଲା ସଦସ୍ୟତା। ସଦସ୍ୟ ହେଲା ଦଳର ଶକ୍ତି। ଅନୁଗୁଳ ଜିଲ୍ଲାରେ ପାଞ୍ଚ ଲକ୍ଷ୍ୟ ସଦସ୍ୟ କରାଯିବ ବୋଲି ଶ୍ରୀ ପାଣି ପ୍ରକାଶ କରିଥିଲେ।

ବିଜେପି ଓଡ଼ିଶାର ସାଢେ଼ ଚାରି କୋଟି ଲୋକଙ୍କର ଆଶା ଓ ବିଶ୍ୱାସ ଜିତିଛି। ଡବଲ ଇଞ୍ଜିନ ସରକାର ମଧ୍ୟ ଗଠନ ହୋଇଛି। ଆମେ ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ସମସ୍ତ ଲୋକଙ୍କୁ ବିଜେପିରେ ସାମିଲ କରିବୁ ବୋଲି ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନ ପ୍ରକାଶ କରିଥିଲେ।

Share

Leave a Reply