ଅନୁଗୁଳ: ଶିଳ୍ପ ସମୃଦ୍ଧ ଅନୁଗୁଳରେ ଆକାଶରୁ ନିଆଁ ଖସୁଛି। ଗତ କିଛିଦିନ ଧରି ତାପମାତ୍ରା କ୍ରମାଗତ ବଢ଼ିବାରେ ଲାଗିଛି। ଆଜି ତାପମାତ୍ରା ଗତ କାଲିର ରେକର୍ଡ ଭାଙ୍ଗି ୪୩.୫ ଡିଗ୍ରୀରେ ପହଞ୍ଚିଛି। ଅଗ୍ନି ବର୍ଷା ଯୋଗୁଁ ସ୍କୁଲ ପିଲାମାନେ ଫେରିବା ବେଳେ ସମସ୍ୟା ଭୋଗୁଛନ୍ତି। ସ୍କୁଲ ଛୁଟି କରିବାକୁ ଅଭିଭାବକ ମହଲରେ ଦାବୀ ମଧ୍ୟ ହେଲାଣି। ଖରା ଯୋଗୁଁ ଦିନ ଦଶଟାରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ଲୋକେ ଲସି,ଆଖୁରସ, କୋଲ୍ଡଡ୍ରିଙ୍କସ,ଆଇସକ୍ରିମ ଦୋକାନରେ ଭିଡ ଲଗାଉଛନ୍ତି। ଏସି,କୁଲର,ପଙ୍ଖା ଦୋକାନରେ ମଧ୍ୟ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି।bଖରା ଯୋଗୁଁ ଆଜି ଏକାଧିକ ଲୋକ ଅଂଶୁଘାତର ଶିକାର ହୋଇଥିବା କୁହାଯାଉଛି। ଦିନେ ଦୁଇ ଦିନ ମଧ୍ୟରେ ଖରାର ପ୍ରକୋପ ନ କମିଲେ ଅବସ୍ଥା ଅସମ୍ଭାଳ ହୋଇପଡିବ।
ଆକାଶରୁ ନିଆଁ ଖସୁଛି:ତାପମାତ୍ରା ୪୩ ଡେଇଁଲା
- Post published:April 6, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul


