ତାଳଚେର: ତାଳଚେର NTPC ପ୍ଲାଣ୍ଟରେ ଭୟାବୟ ଅଗ୍ନିକାଣ୍ଡ। ପ୍ଲାଣ୍ଟର କନଭେୟର ବେଲ୍ଟରେ ନିଆଁ ଲାଗିଥିବା ଜଣାଯାଇଛି। ଖବର ପାଇଁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ୩୦ ରୁ ୪୦ ମିନିଟ୍ ଧରି ନିଆଁ ଲାଗିଥିବା ସୂଚନା ମିଳିଛି । କୋଇଲାରେ ନିଆଁ ଲାଗିଥିବାରୁ ଅଞ୍ଚଳଟି ସମ୍ପୂର୍ଣ୍ଣ ଧୂଆଁମୟ ହୋଇଯାଇଛି । ଘଟଣାକୁ ନେଇ କର୍ମଚାରୀ ଓ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି।
ଆଜି ଦିନ ପ୍ରାୟ ସାଢ଼େ ୧୦ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ପ୍ଲାଣ୍ଟ ଭିତରେ କେହି ଫସିଛନ୍ତି କି ନାହିଁ ତାହା ଜଣାପଡ଼ିନାହିଁ। ଏହା ସହ କ୍ଷୟକ୍ଷତିର ଆକଳନ ମଧ୍ୟ କରାଯାଇ ପାରିନାହିଁ। ତେବେ ପ୍ଲାଣ୍ଟରେ କିପରି ନିଆଁ ଲାଗିଲା ତାହା ଅସ୍ପଷ୍ଟ ଅଛି ।











