ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ : କାର୍ଯ୍ୟକାଳ ବୃଦ୍ଧି ପାଇଁ ମିଳିଛି କେନ୍ଦ୍ରର ଅନୁମୋଦନ

0

ଭୁବନେଶ୍ୱର: ୨୦୨୩ ଫେବୃଆରୀ ୨୮ ଯାଏଁ ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ଚଳିତ ମାସରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା । ତେବେ ତାଙ୍କ କାର୍ଯ୍ୟକାଳ ଆଉ ଛ’ ମାସ ବୃଦ୍ଧି ପାଇଛି । କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ରର ଅନୁମୋଦନ ମିଳିଛି ।

୧୯୮୬ ମସିହାରେ ସର୍ବଭାରତୀୟ ପ୍ରଶାସନିକ ସେବାରେ ଯୋଗଦାନ କରିଥିଲେ ସୁରେଶ ମହାପାତ୍ର । ରାଜ୍ୟ ସରକାରଙ୍କର ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଜଣାଶୁଣା ସୁରେଶ ମହାପାତ୍ର ନୂଆପଡ଼ା ଜିଲ୍ଲାରୁ ଚାକିରି ଜୀବନ ଆରମ୍ଭ କରିଥିଲେ । ଏହାପରେ ପୁରୀ ଜିଲ୍ଲାର ଏଡିଏମ୍ ଏବଂ ପରେ ପୁରୀର ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିଲେ । ଏଥି ସହ ସେ ପୁରୀ ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ ଭାର ମଧ୍ୟ ସମ୍ଭାଳଛନ୍ତି । ତେବେ ନିଜର ଦକ୍ଷତା ଏବଂ ପରିପକ୍ବତା ପାଇଁ ରାଜ୍ୟ ସରକାର ତାଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତ କରିଥିଲେ ।

Leave A Reply

Your email address will not be published.

error: Content is protected !!