ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଖୁବ୍ ଶୀଘ୍ର ମିଳିବ ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା, ଆବେଦନରେ ତ୍ରୁଟି ଥିଲେ ହିତାଧିକାରୀଙ୍କ ପାଖକୁ ଯିବ ଫୋନ୍ ଯିବ

You are currently viewing ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଖୁବ୍ ଶୀଘ୍ର ମିଳିବ ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା, ଆବେଦନରେ ତ୍ରୁଟି ଥିଲେ ହିତାଧିକାରୀଙ୍କ ପାଖକୁ ଯିବ ଫୋନ୍ ଯିବ

ଭୁବନେଶ୍ବର: ମହିଳାଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ମିଳିବ ‘ସୁଭଦ୍ରା’ ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା। ଆଜି ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟରେ ଟଙ୍କା ପଠାଯିବ। ଠିକଣା ସମୟରେ ଏନେଇ ତାରିଖ ଘୋଷଣା କରାଯିବ। ଏଯାଏ ୧ କୋଟି ୬୦ ହଜାର ମହିଳା ଆବେଦନ କରିସାରିଲେଣି। ଶେଷ ହିତାଧିକାରୀ ‘ସୁଭଦ୍ରା ‘ଟଙ୍କା ପାଇବା ଯାଏ ଏହି ପ୍ରକ୍ରିୟା ଜାରି ରହିବ। ଏବେ ବି ଯାଞ୍ଚ ପ୍ରକ୍ରିୟା ଚାଲିଛି। ଏଯାଏ ପ୍ରାୟ ୬୦ ଲକ୍ଷ ମହିଳା ‘ସୁଭଦ୍ରା’ ଟଙ୍କା ପାଇସାରିଲେଣି। ସରକାରଙ୍କ ପାଖରେ ବଜେଟ୍ ଅଛି। ଟଙ୍କା ପାଇବାରେ କିଛି ଅସୁବିଧା ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି, ଆବେଦନରେ କିଛି ତ୍ରୁଟି ଥିଲେ ହିତାଧିକାରୀଙ୍କ ପାଖକୁ ଫୋନ୍ ଯିବ। ଯେଉଁ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇନଥିବେ ତାଙ୍କୁ କଲ୍ କରାଯିବ। ବ୍ଲକସ୍ତରରେ ଯାଞ୍ଚ ହେବ, ଅଙ୍ଗନବାଡ଼ି କର୍ମୀ ଘରକୁ ଘର ଯିବେ। ଏଣୁ ମହିଳାମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Share

Leave a Reply