କାରକୁ ଧକ୍କା ଦେଲା ଟ୍ରେନ, ୩ ଆହତ

You are currently viewing କାରକୁ ଧକ୍କା ଦେଲା ଟ୍ରେନ, ୩ ଆହତ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ଅନ୍ତର୍ଗତ ବନ୍ଦା ଗାଁ ରେ ନାଲକୋ କାରଖାନାର ଏକ ଟ୍ରେନ ଧକ୍କାରେ କାର୍ ଚୁର ମାର ହେବା ସହ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ନାଲକୋ ରେଳପଥ ଅବରୋଧ କରି ରାସ୍ତା ରୋକ କରିଥିବା ଦେଖାଯାଇଛି।ସୂଚନାନୁଯାୟୀ, ନାଲକୋ କାରଖାନାର ଟ୍ରେନଟି ସ୍ମେଲଟର ପ୍ଲାଣ୍ଟ ଅଭିମୁଖେ ଯାଉଥିବା ବେଳେ ବନ୍ଦା ଗାଁରୁ ବଅଁରପାଳ ଯାଉଥିବା ଏକ ମାରୁତି କାର୍ (ଓଡି୧୯ ୟୁ ୦୧୨୪) କୁ ଖୁବ୍ ଜୋରରେ ଧକ୍କା ଦେଇଥିଲା। ଫଳରେ ଗାଡ଼ିଟି ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି। ଗାଡ଼ିରେ ଥିବା ୩ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ଅଛି। ତେବେ ଏହି ଦୁର୍ଘଟଣା ପାଇଁ ସମ୍ପୂର୍ଣ୍ଣ ରୂପେ ନାଲକୋ ପ୍ରଶାସନକୁ ଦାୟୀ କରାଯାଇଛି। କାରଣ ଏଠାରେ ଫାଟକ ନାହିଁ ଓ ଅନେକ ଗଛ ରହିଛି। ଏଣୁ ରେଳପଥ ଥିବା ଜଣାପଡ଼ୁନାହିଁ। ଫଳରେ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଣୁ ନାଲକୋ ପକ୍ଷରୁ ତୁରନ୍ତ ଏଠାରେ ରେଳ ଫାଟକ କରିବା ସହ ଦୁର୍ଘଟଣା ଗ୍ରସ୍ତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଲୋକେ ଦାବି କରିଛନ୍ତି।

Share

Leave a Reply