ଅନୁଗୁଳ: ତାଳବେଡ଼ା-ଫାଷ୍ଟଗେଟ୍ ରାସ୍ତା ବାଙ୍କଧରା ଛକରେ ଆଜି ଏନଟିପିସିର ଏକ ଟ୍ରେନ ଲାଇନଚ୍ୟୁତ ହୋଇଛି। ଲିିଙ୍ଗରାଜ ଖଣିରୁ କୋଇଲା ବୋଝେଇ କରି ଏନଟିପିସିକୁ ଯାଉଥିବା ବେଳେ ବାଙ୍କଧରା ଛକ ରେଳ ଫାଟକଠାରେ ଟ୍ରେନ ଡବା ଲାଇନଚ୍ୟୁତ୍ ହୋଇଯାଇଥିଲା। ଫଳରେ ଦୀର୍ଘ ସମୟ ଧରି ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଏହା ଦ୍ୱାରା ଯାନବାହାନ ଚଳାଚଳ ଠପ୍ ହେବା ସହିତ ସାଂଘାତିକ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା। ପରେ ସ୍ଥାନୀୟ ପୁଲିସ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିଥିଲା।
ରେଳ ଫାଟକ ନିକଟରେ ଲାଇନଚ୍ୟୁତ ହେଲା କୋଇଲା ବୋଝେଇ ଟ୍ରେନ୍, ଦୀର୍ଘ ସମୟ ଧରି ଟ୍ରାଫିକ ଜାମ୍
