ଶ୍ରମ ବିଭାଗ ପକ୍ଷରୁ ଚଢ଼ଉ: ୨ ଦିନରେ ଉଦ୍ଧାର ହେଲେଣି ୪ ଶିଶୁ ଶ୍ରମିକ

You are currently viewing ଶ୍ରମ ବିଭାଗ ପକ୍ଷରୁ ଚଢ଼ଉ: ୨ ଦିନରେ ଉଦ୍ଧାର ହେଲେଣି ୪ ଶିଶୁ ଶ୍ରମିକ

ଅନୁଗୁଳ : ଅନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରାକରଣ ଦିବସ ଉପଲକ୍ଷେ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ତରଫରୁ ୧୫ ଦିନିଆ ଜାଗରଣ କାର୍ଯ୍ୟକ୍ରମ ପାଳିତ ହେଉଛି। ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଶାନ୍ତ କୁମାର ବଳିଆର ସିଂହଙ୍କ ନିର୍ଦ୍ଦେଶରେ ତାଳଚେର ଶ୍ରମ କାର୍ଯ୍ୟାଳୟ ତରଫରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ ହୋଇଛି।

ଗୁରୁବାର ଶ୍ରମ ଅଧିକାରୀ ଚୌଧୁରୀ ସୁବ୍ରତ କୁମାର ଜେନାଙ୍କ ନେତୃତ୍ବରେ କର୍ମଚାରୀ ଏବଂ ଖମାର ଥାନା ପୋଲିସ ଖମାର ଅଞ୍ଚଳରୁ ୩ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷଙ୍କ ନିକଟରେ ହାଜର କରାଇଥିଲେ। ଉଦ୍ଧାର ହୋଇଥିବା ଶିଶୁ ଶ୍ରମିକଙ୍କ ବୟସ ୧୩ ବର୍ଷ ହୋଇଥିବା ବେଳେ ତାଙ୍କ ଘର କେଉଁଝର ଜିଲ୍ଲାରେ ବୋଲି ଜଣାଯାଇଛି।
ସେହିପରି ଶୁକ୍ରବାର ତାଳଚେର ସହ ଶ୍ରମ ଅଧିକାରିଣୀ ରଶ୍ମିତା ନାୟକ ଏବଂ ଶ୍ରମ କାର୍ଯ୍ୟାଳୟର କର୍ମଚାରୀଙ୍କ ସହାୟତାରେ ଏକ ୧୩ ବର୍ଷୀୟ ଶିଶୁ ଶ୍ରମିକକୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷଙ୍କ ନିକଟରେ ହାଜର କରିଛନ୍ତି। ଶିଶୁ ଶ୍ରମିକଙ୍କ ଘର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ବୋଲି ଜଣାଯାଇଛି।

ତେବେ ଆଗାମୀ ଦିନରେ ବି ଏଭଳି ଭାବେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି ତାଳଚେର ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି।

Share

Leave a Reply