ମେଡିକାଲ ଉନ୍ନତି ପାଇଁ ବ୍ୟବସ୍ଥାରେ ଉନ୍ନତି ଅଣାଯାଉଛି: ଏଡିଏମ୍‌ଓ

You are currently viewing ମେଡିକାଲ ଉନ୍ନତି ପାଇଁ ବ୍ୟବସ୍ଥାରେ ଉନ୍ନତି ଅଣାଯାଉଛି: ଏଡିଏମ୍‌ଓ

ଅନୁଗୁଳ:ଅନେକ ସମୟରେ ବିବାଦ ଯୋଗୁଁ ଚର୍ଚ୍ଚାରେ ରହୁଥିବା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତି ପାଇଁ ଏକ କମିଟି ଗଢାଯାଇ ବ୍ୟବସ୍ଥାରେ ପରିବର୍ତନ ଅଣାଯାଉଛି। ନିକଟରେ କିଛି ନୂଆ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ସେଗୁଡ଼ିକୁ କାର୍ଯ୍ୟକାରୀ କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଛି। ତଦନୁଯାୟୀ ପାରକିଙ୍ଗ୍ ବ୍ୟବସ୍ଥାରେ ପରିବର୍ତନ କରାଯାଇଛି। ଡାକ୍ତରଖାନା ଶୌଚାଳୟ ସାମନାରେ ଡାକ୍ତରଙ୍କ ଗାଡି, ସେବା ସଦନ ସାମନାରେ ଷ୍ଟାଫଙ୍କ ଗାଡି ଏବଂ ଜନ ସାଧାରଣଙ୍କ ଗାଡି ସେବା ସଦନ ପଛ ପଟେ ରଖା ଯିବାକୁ ନିଷ୍ପତ୍ତି ନିଆଯାଇଛି।ବେଡ଼୍‌ସିଟ ନିୟମିତ ବଦଳୁ ନାହିଁ।ହସ୍ପିଟାଲ ପରିସରରେ ପଇଡ ଓ ପଲିଥିନକୁ ନିଷିଦ୍ଧ କରାଯାଇଛି। କୌଣସି ୱାର୍ଡରେ କାହାର ମୃତ୍ୟୁ ହେଲେ ମର୍ଗ ପର୍ଯ୍ୟନ୍ତ ଶବକୁ ବ୍ୟାଟେରୀ ଗାଡିରେ ନିଆଯିବ। ରୋଗୀଙ୍କ ଖାଇବା ଦେବା ପାଇଁ ମହିଳା ଗୋଷ୍ଠିଙ୍କୁ ଅଗ୍ରାଧିକାର ଦିଆଯିବ। ମେଡିକାଲରେ ସବିଶେଷ ସୂଚନା ପାଇଁ ଡିସ୍ପଲେ ବୋର୍ଡ ଓ ସାଉଣ୍ଡ‌ ସିଷ୍ଟମ ଲଗାଯିବ। ଅନୁଗୁଳ ମେଡିକାଲକୁ ଓଡ଼ିଶାରେ ନମ୍ବର ୱାନ ରିବା ପାଇଁ ସବୁମତେ ଉଦ୍ୟମ କରା ଯାଉଛି ବୋଲି ପ୍ରକାଶ କରିଛନ୍ତି ଡିଏମ୍‌ଓ ଡ଼ା ଏମ ଆର ବିଶ୍ୱାଳ ।

Share

Leave a Reply