୧୬ ବର୍ଷରୁ କମ୍ କ୍ରିକେଟ ଦଳ ଘୋଷିତ

You are currently viewing ୧୬ ବର୍ଷରୁ କମ୍ କ୍ରିକେଟ ଦଳ ଘୋଷିତ

ଅନୁଗୁଳ: ଓଡ଼ିଶା କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ଭୁବନେଶ୍ବରଠାରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୧୬ ବର୍ଷରୁ କମ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ଶନିବାର ଅନୁଗୁଳ ଦଳ ଘୋଷଣା କରାଯାଇଛି । ପ୍ରଶିକ୍ଷଣ କ୍ୟାମ୍ପରେ ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ ଏହି ଦଳ ଘୋଷଣା ହୋଇଛି। ଜିଲ୍ଲା କ୍ରିକେଟ ସଂଘର ଚୟନକର୍ତ୍ତା ଶିବ ରାଉତ ଏହି ଦଳ ଚୟନ କରିଥିବା ବେଳେ ତାଙ୍କୁ ବିରେନ୍ ସାମଲ ସହଯୋଗ କରିଥିଲେ। ଜିଲ୍ଲା ମୁଖ୍ୟ କୋଚ୍ ରଞ୍ଜନ କୁମାର ଧୀରସାମନ୍ତଙ୍କ ତତ୍ତ୍ୱାବଧାନରେ ଦଳ ଚୟନ ସହ ପ୍ରଶିକ୍ଷଣ କ୍ୟାମ୍ପ୍ ଚାଲିଥିଲା। ସହକାରୀ କୋଚ୍‌ ମିଲନ ସାହୁ ଓ ଶାରୀରିକ ପ୍ରଶିକ୍ଷକ ସଞ୍ଜୀବ ପାତ୍ର ସହଯୋଗ କରିଥିଲେ ବୋଲି ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ଅନୁଗୁଳ ଦଳ: ମୃତ୍ୟୁଞ୍ଜୟ ରାୟ, ଶୁଭମ୍ ଏସ୍. ଗଡ଼ନାୟକ, ସତ୍ୟ ପ୍ରସନ୍ନ ବେହେରା, ରାମ ସିଂ ରାକସେଲ, ଆୟନ ପଟ୍ଟନାୟକ, ଅନିନ୍ଦିତା ପ୍ରଧାନ, ନୀରଲା ସାହୁ, ଶ୍ରେୟଂସ ଭରଦ୍ବାଜ, ଆଭାସ ପାତ୍ର, ସୌମ୍ୟରଞ୍ଜନ ସିଂହ, ରାହୁଲ ଗିରି, ଆଭାସ ରଞ୍ଜନ ସାହୁ, ଶୁଭ୍ରାଂଶୁ ମୁଖୀ, ଶକ୍ତି ସଂଗ୍ରାମ ପୂର୍ତ୍ତି, ଗୁରୁଦୀପ ମାଝୀ, ଅୟସକାନ୍ତ ରଥ, ରିତେଶ କୁମାର ବେହେରା, ଓମଶ୍ରୀ ଏସ୍ ସାହୁ, ସୌରଭ ଷଡଙ୍ଗୀ ଓ ଶଶାଙ୍କ ପାନାକାଲା।

Share

Leave a Reply