କାର ଧକ୍କାରେ ହେଲ୍‌ଥ କରିଡର ପାଚେରୀ ଭାଙ୍ଗିଲା

You are currently viewing କାର ଧକ୍କାରେ ହେଲ୍‌ଥ କରିଡର ପାଚେରୀ ଭାଙ୍ଗିଲା

ଅନୁଗୁଳ: ଅନୁଗୁଳ ଜଗନ୍ନାଥ ମନ୍ଦିର ବିଏଡ଼ କଲେଜ ରାସ୍ତାରେ ସୋମବାର ରାତି ପ୍ରାୟ ସାଢ଼େ ବାରଟା ସମୟରେ ଏକ ଦ୍ରୁତଗାମୀ କାର ଧକ୍କାରେ ହେଲ୍‌ଥ କରିଡର ପାଚେରୀ ଭାଙ୍ଗି ଯାଇଛି। ଉକ୍ତ କାରଟି (ଓଡ଼ି୦୨ ବିଟି ୮୭୬୩) ବିଏଡ଼ କଲେଜ ଆଡକୁ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଡାହାଣ ପାଖ ପାଚେରୀ ଭାଙ୍ଗି ଏକ ଗଛରେ ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣା ରେ ଜଣେ ସାମାନ୍ୟ ଆହତ ହୋଇଥିବା ବେଳେ ଦୁର୍ଘଟଣା ପରେ କାର ଚାଳକ ଗାଡି ଛାଡି ଫେରାର ହୋଇଯାଇଥିଲା। ଯଦି ଦୁର୍ଘଟଣା ଶହେ ଦୁଇଶହ ମିଟର ଆଗରେ ଘଟିଥାନ୍ତା ତେବେ ପରିସ୍ଥିତି ଭୟାନକ ହୋଇଥାନ୍ତା। କାରଣ ବିଏଡ଼ କଲେଜ ଛକରେ ପାଲା ହେଉଥିବାରୁ  ସେଠାରେ ଜନସମାଗମ ଅଧିକ ଥିଲା ।

Share

Leave a Reply