ସାବଧାନ! ପଟ୍ଟା ଜମି ବି’ ହେଉଛି ଜବରଦଖଲ

You are currently viewing ସାବଧାନ! ପଟ୍ଟା ଜମି ବି’ ହେଉଛି ଜବରଦଖଲ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ପ୍ରଗତୀନଗରରେ ସୋମବାର ଏକ ଜାଗାକୁ ନେଇ ୨ ପରିବାର ମଧ୍ୟରେ ବାଡ଼ିଆ ପିଟା ହୋଇଛି। ସୂଚନା ଯେ, ହେମୁସୁରପଡ଼ାର ଭରତ ଚନ୍ଦ୍ର ସେଠୀଙ୍କର ଏକ ପଟ୍ଟା ଜାଗା ପ୍ରଗତୀନଗର ଠାରେ ଅଛି। ସେହି ଜାଗାକୁ ଭଣ୍ଡୁବରର ଦୟାନିଧି ନାଏକ ଜବର ଦଖଲକରି ଘର କରୁଥିଲେ। ଖବରପାଇ ଭରତ ଓ ତାଙ୍କ ପୁଅ ବିଶ୍ବ ପ୍ରତାପ ଜାଗା ପାଖରେ ପହଞ୍ଚି ଘର ନକରିବାକୁ କହିଥିଲେ। ଏହି ଜାଗା ଚିହ୍ନଟ ପାଇଁ ତହସିଲରେ ଆବେଦନ କରାଯାଇଛି। ଚିହ୍ନଟପରେ ତମର ଜାଗା ହୋଇଥିଲେ ଘର କରିବ ବୋଲି କହିଥିଲେ। ଏ ନେଇ ଉଭୟ ପରିବାର ମଧ୍ୟରେ ବାଡ଼ିଆପିଟା ହୋଇଥିଲା। ଦୟାନିଧି ଓ ତାଙ୍କ ପୁଅ ପପୁନ ନାଏକ(୨୩) ଓ ଦିପ୍ତି ରଞ୍ଜନ ନାଏକ ଭରତଙ୍କ ପୁଅ ବିଶ୍ବ ପ୍ରତାପଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ବିଶ୍ବ ପ୍ରତାପ ଗୁରୁତର ଆହତ ହୋଇ କଟକ ସ୍ଥାନାନ୍ତରିତ ହୋଇଛନ୍ତି। ଏ ନେଇ ଭରତ ଥାନାରେ ଲିଖିତ ଅଭିଯୋ କରିବାପରେ ପୁଲିସ ଏକ ମାମଲା ରୁଜୁକରି ମଙ୍ଗଳବାର ଦୟାନିଧି, ପପୁନ ଓ ଦିପ୍ତିରଞ୍ଜନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply