ଅନୁଗୁଳ: ଅନୁଗୁଳ ସୌଭାଗ୍ୟନଗର ଠାରେ ରବିବାର ରାତିରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକଙ୍କ ନାମ ଅଭିଜିତ ପଟ୍ଟନାୟକ(୨୮)। ସୂଚନା ମୁତାବକ, ଅଭିଜିତ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ। ରବିବାର ସଂଧ୍ୟାରେ ଅଭିଜିତ ସାଙ୍ଗ ମାନଙ୍କ ସହ ମିଶି ଭୋଜି କରିଥିଲେ ଏବଂ ଘରକୁ ଫେରି ଶୋଇ ଥିଲେ। ସୋମବାର ସକାଳୁ ଅଭିଜିତ ନ ଉଠିବାରୁ ପରିବାରବର୍ଗ କବାଟ ଭାଙ୍ଗି ଭିତରେ ଅଭିଜିତ ମା’ଙ୍କ ଶାଢୀ ବେକରେ ଗୁଡ଼ାଇ ପଙ୍ଖାରେ ଝୁଲି ପଡ଼ିଥିବା ଦେଖିଥିଲେ। ଘରେ ଏକ ସୁଇସାଇଡ୍ ନୋଟ୍ ମିଳିଥିଲା। ଏଥିରେ ଅଭିଜିତ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁ ବୋଲି ଲେଖିଥିଲେ। ବ୍ୟାଙ୍କର ସମସ୍ତ ତଥ୍ୟ ଲେଖିଦେବା ସହ ଜମା ଥିବା ଅର୍ଥ ଝିଆରୀ ନାମରେ କରିଦେବାକୁ ଅଭିଜିତ ମଧ୍ୟ ଲେଖିଥିଲେ। ଅଭିଜିତଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଅନୁଗୁଳ ଟାଉନ୍ ଥାନା ପୁଲିସ୍ ଏଥିନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବର ପଞ୍ଚାନାମା କରିଥିଲା। ତେବେ ଅଭିଜିତଙ୍କ ମୃତ୍ୟୁ ନେଇ ଅନେକ ଚର୍ଚ୍ଚା ହେଉଥିବାବେଳେ ପୁଲିସ୍ ଘଟଣାର ତଦନ୍ତ କରୁଅଛି।
ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କଲେ ଯୁବକ
- Post published:February 14, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul