ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା କାକୁଡ଼ିଆ ଗାଁର ସୁବଳ ବେହେରା( ୩୦) ନାମକ ଜଣେ ଯୁବକ ତାର ପ୍ରଥମ ପତ୍ନୀଙ୍କୁ ମାଡପିଟ କରିବା ସହ ପୁଣି ଆଉ ଜଣେ ମହିଳାଙ୍କୁ ଦ୍ୱିତୀୟ ପତ୍ନୀ ରୂପେ ଗ୍ରହଣ କରିବା ଅଭିଯୋଗରେ କଣିହାଁ ପୁଲିସ ସ୍ଵାମୀକୁ ସୋମବାର ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, କାକୁଡ଼ିଆ ଗାଁର ସୁବଳ ବେହେରା (୩୦) କିଛି ବର୍ଷ ପୂର୍ବରୁ ମାମି ବେହେରା (୨୬) ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ଭଲରେ ଚଲିବା ପରେ ସୁବଳ ତାର ପ୍ରଥମ ସ୍ତ୍ରୀ ମାମିଙ୍କୁ ମାଡପିଟ କରିବା ଆରମ୍ଭ କରିଥିଲା। ଏଥିସହ ଆଉ ଜଣେ ମହିଳାଙ୍କୁ ଦ୍ୱିତୀୟ ପତ୍ନୀ ଭାବେ ଗ୍ରହଣ କରି ତାଙ୍କୁ ସ୍ତ୍ରୀ ରୂପେ ଆଣି ଘରେ ରଖିଥିଲା। ମାମି ଏ ନେଇ କଣିହାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କଣିହାଁ ପୁଲିସ ଏକ ମାମଲା ରୁଜୁ କରିବା ସହ ସୋମବାର ସୁବଳକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଦ୍ବିତୀୟ ବିବାହ କରି ଯୁବକ ଗିରଫ
- Post published:January 25, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
