ଡ଼୍ରେନରେ ପଡ଼ି ଯୁବକ ମୃତ

You are currently viewing ଡ଼୍ରେନରେ ପଡ଼ି ଯୁବକ ମୃତ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ଜେଲରୋଡ଼ ୧୦ନମ୍ବର ୱାର୍ଡ଼ର ଶେଖଯାନି (୪୨) ଙ୍କ ଡ଼୍ରେନରେ ପଡ଼ି ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନା ଯେ, ଶେଖଯାନି ଜେଲରୋଡ ଦେଇ ଯାଉଥିବା ବେଳେ କୌଣସି କାରଣରୁ ଏକ ଗଭୀର ଡ଼୍ରେନରେ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକ ତାଳଚେର ଟାଉନ ଥାନାକୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ତାଳଚେର ସରକାରୀ ମଣ୍ଡାପାଳ ଡ଼ାକ୍ତରଖାନାକୁ ନେଇଥିଲେ।

ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ୱାର୍ଡରେ ଡ଼୍ରେନ ଗୁଡ଼ିକ ଖୋଲାମେଲା ରହିଥିବାରୁ ଏହି ଭଳି ମର୍ମନ୍ତୁଦ ଘଟଣା ଘଟିଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି ।

Share

Leave a Reply