ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରିଥିବା ଯୁବକକୁ ଆଜୀବନ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା

You are currently viewing ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରିଥିବା ଯୁବକକୁ ଆଜୀବନ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା

ଅନୁଗୁଳ: ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରିଥିବା ଅଭିଯୁକ୍ତକୁ ଆଜି କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତ ବଅଁରପାଳ ବ୍ଲକ୍ ଚଉରଡିହ ଗାଁର ପ୍ରଶାନ୍ତ ସାହୁ ଓରଫ ବିକି(୩୫)କୁ ଆଜୀବନ କାରାଦଣ୍ଡାଦେଶ କରିବା ସହ ୨୦ ହଜାର ଟଙ୍କା ଜରିମାନା କରାଯାଇଛି। ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରଂଜିତା ଜ୍ୟୋତିଷୀ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଚଉରଡିହ ଗାଁର ପ୍ରଦ୍ୟୁମ୍ନ ସାହୁଙ୍କ ମୃତଦେହ ଗତ ୨୦୧୦ ମସିହା ସେପ୍ଟେମ୍ବର ୬ ତାରିଖରେ ଗୋତମରା ଗାଁ ବୁଦ୍ଧିଆବନ୍ଧରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ୩ ଦିନ ଆଗରୁ ସେ ନିଖୋଜ ଥିଲେ। ଏଣୁ ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ବଅଁରପାଳ ଥାନା ପୋଲିସ ଏନେଇ ୧୫୮/୨୦୧୦ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ପ୍ରଦ୍ୟୁମ୍ନ ଘଟଣାଦିନ ତାଙ୍କ ସଂପର୍କୀୟ ଭାଇ ସରୋଜ ସାହୁ ଓ ସାଙ୍ଗ ପ୍ରଶାନ୍ତ ସାହୁଙ୍କ ସହ ଭୋଜି କରିଥିଲେ। ଭୋଜି ସମୟରେ ପ୍ରଶାନ୍ତ ଓ ସରୋଜ ମଦ୍ୟପାନ କରି ପ୍ରଦ୍ୟୁମ୍ନଙ୍କୁ ଏଟିଏମ୍ କାର୍ଡ ମାଗିଥିଲେ। କାର୍ଡ ନ ଦେବାରୁ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ମାଡ଼ ସହି ନ ପାରି ପ୍ରଦ୍ୟୁମ୍ନ ତାଙ୍କୁ କାର୍ଡ ଦେବା ସହ ପିନ୍ ନମ୍ବର ଦେଇ ଦେଇଥିଲେ। ଏହା ପରେ ସେମାନେ ପ୍ରଦ୍ୟୁମ୍ନଙ୍କୁ ମାରି ପଥର ବାନ୍ଧି ପୋଖରୀରେ ଫିଙ୍ଗି ଦେଇଥିଲେ। ଦୁଇ ଅଭିଯୁକ୍ତ ଏହି ଏଟିଏମ୍ କାର୍ଡ ବ୍ୟବହାର କରି ଟଙ୍କା ଉଠାଇବା ପରେ ପୋଲିସ ସେମାନଙ୍କୁ ଟ୍ରାକ୍ କରି ଧରିଥିଲା। ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ଅଦାଲତରେ ଏହି ଶୁଣାଣି ଚାଲିଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ତାପସ ରଂଜନ ମିଶ୍ର ମାମଲା ପରିଚାଳନା କରୁଥିଲେ।

Share

Leave a Reply