ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସରଠାରେ ଥିବା ଗତି କୋରିୟର ସଂସ୍ଥାର ତାଲାଭାଙ୍ଗି ଚୋରି ହୋଇଛି। ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ କାଣ୍ଡସର ଗତି କୋରିୟର ସଂସ୍ଥାର ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର କୋରିୟର ସାମଗ୍ରୀ ଓ ବାହରକୁ ଯିବାକୁ ଥିବା ଏକ ବାଇକ୍(ଓଡି-୧୯କ୍ୟୁ-୧୮୮୦) ଚୋରି ହୋଇଛି। ଗୁରୁବାର ସକାଳେ ଏହା ଦେଖି ସଂସ୍ଥାର ମାଲିକ ରଞ୍ଜନ କୁମାର ବେଉରା ଜାଣିବାକୁ ପାଇଲେ। ତେବେ ଏ ନେଇ ନାଲକୋ ଥାନାରେ ଲିଖିତ ଅଭିଯୋଗ କରିନାହାଁନ୍ତି। ଅନ୍ୟପକ୍ଷରେ ଗତି କୋରିୟରରେ ବାଇକ୍ ବୁକ୍ କରିଥିବା ବଅଁରପାଳ ଥାନା ଅନ୍ତର୍ଗତ ଅରାହାଟ ଗାଁର ଦିଲ୍ଲିପ ରଞ୍ଜନ ସାମଲ ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, କୋରିୟର ସଂସ୍ଥାରେ ଦେଇଥିବା ମୋଟର ସାଇକେଲ ଚୋରି ହୋଇଛି। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି କୋରିୟର ସଂସ୍ଥାକୁ ଯାଇ ତଦନ୍ତ ଆରମ୍ଭ କରିଛି। କୋରିୟର ସଂସ୍ଥାରେ କୋଟି କୋଟି ଟଙ୍କାର ସାମଗ୍ରୀ ରହୁଥିବା ବେଳ ସେଠାରେ ସିକ୍ୟୁରିଟି ବ୍ୟବସ୍ଥା କି ସିସିଟିଭି କ୍ୟାମେରା ନାହିଁ ବୋଲି ଥାନା ଆଇଆଇସି ବିନ୍ଦୁ ବିଶ୍ବାଳ ପ୍ରକାଶ କରିଛନ୍ତି। ଏ ନେଇ ସଂସ୍ଥାର ମାଲିକଙ୍କୁ ବାରମ୍ବାର କୁହାଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ସେ କହିଛନ୍ତି।
କୋରିୟର ସଂସ୍ଥାରୁ ଚୋରି
- Post published:September 30, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau