ଅନୁଗୁଳବାସୀ ସାବଧାନ! ଘରେ ପଶି ଆଖିରେ ଲଙ୍କା ଗୁଣ୍ଡ ପକାଇ ମରଣାନ୍ତକ ଆକ୍ରମଣ କରୁଛନ୍ତି ଦୁର୍ବୃତ୍ତ, ମହିଳା ଗୁରୁତର

You are currently viewing ଅନୁଗୁଳବାସୀ ସାବଧାନ! ଘରେ ପଶି ଆଖିରେ ଲଙ୍କା ଗୁଣ୍ଡ ପକାଇ ମରଣାନ୍ତକ ଆକ୍ରମଣ କରୁଛନ୍ତି ଦୁର୍ବୃତ୍ତ, ମହିଳା ଗୁରୁତର

ଅନୁଗୁଳ: ଘର କବାଟ ବାଡ଼େଇଲେ ଆଉ ଯିଏ ଖୋଲିଲା ତା ମୁହଁକୁ ଲଙ୍କା ଗୁଣ୍ଡ ଫିଙ୍ଗି ମୁଣ୍ଡକୁ କଲେ ମରଣାନ୍ତକ ଆକ୍ରମଣ। ଜଣେ ନୁହେଁ, ଗୋଟିଏ ଗାଁର ଦୁଇ ଦୁଇ ଜଣଙ୍କୁ ସମାନ ଢଙ୍ଗରେ ଆକ୍ରମଣ କରାଯାଇଛି। ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ତସର ପଞ୍ଚାୟତ କୁମ୍ଭାର ସାହିରେ ଏଭଳି ଘଟଣା ସାମ୍ନାକୁ ଆସିଛି, ଯାହା ଗ୍ରାମବାସୀଙ୍କୁ ଭୟଭୀତ କରିଦେଇଛି।

ସୂଚନା ଅନୁସାରେ, କୁମ୍ଭାର ସାହିର ଦୁଃଖବନ୍ଧୁ ବେହେରାଙ୍କ ଘରେ ତାଙ୍କ ସ୍ତ୍ରୀ ପ୍ରଣତି ବେହେରା, ଭାଉଜ ସ୍ୱାଗତିକା ବେହେରା ଓ ମା’ କମଳା ବେହେରା ଥିଲେ। ସମସ୍ତେ ଖିଆପିଆ ସାରି ନିଜ ନିଜ ରୁମରେ ବିଶ୍ରାମ କରୁଥିବା ବେଳେ ହଠାତ୍ କେହି କବାଟ ବାଡ଼େଇଥିଲେ। କିଏ କବାଟ ବାଡ଼ଉଛି ବୋଲି ପ୍ରଣତି ଆସି କବାଟ ଖୋଲିଲା ବେଳକୁ କେହିଜଣେ ହଠାତ୍ ତାଙ୍କ ମୁହଁକୁ ଲଙ୍କା ଗୁଣ୍ଡ ଫୋପାଡି ଦେଇଥିଲା ଏବଂ ଏକ ଲୁହା ରେଂଚିରେ ପ୍ରଣତିଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ତେବେ ଜୀବନ ବଞ୍ଚାଇବାକୁ ଯାଇ ପ୍ରଣତି କୌଣସି କ୍ରମେ ଆକ୍ରମଣ କୁ ବାହାରକୁ ଠେଲିଦେଇ ଭିତରୁ କବାଟ ବନ୍ଦ କରିଦେଇଥିଲେ।ସେହିଭଳି ସ୍ୱାଗତିକା ବେହେରାଙ୍କ ମୁହଁକୁ ମଧ୍ୟ ଦୁର୍ବୃତ୍ତ ଲଙ୍କାଗୁଣ୍ଡ ପକାଇ ଆକ୍ରମଣ କରିଥିଲେ। ସ୍ୱାଗତିକା ଜୋରରେ ପାଟି କରିବାରୁ ସେମାନେ ଘରୁ ପଳାଇଯାଇଥିଲେ।

ତେବେ ପ୍ରଣତିଙ୍କୁ ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛନ୍ତି। ପରିବାର ଲୋକଙ୍କ କହିବା କଥା ଜଣେ ମହିଳା ଏବଂ ଜଣେ ପୁରୁଷ ଆକ୍ରମଣ କରିଥିଲେ। ତେବେ ଦୁଃଖବନ୍ଧୁଙ୍କ ଘର ଗାଁ ମଝିରେ ହୋଇଥିବାରୁ କିଛି ଅଜଣା ଲୋକ କେମିତି ନିର୍ଭୟରେ ଆକ୍ରମଣ କଲେ ସେ ନେଇ ପ୍ରଶ୍ନ ଉଠଛି। ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Share

Leave a Reply