ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ସନ୍ଥପଡା ପଂଚାୟତ ଅନ୍ତର୍ଗତ ନୂଆପଡା ସ୍ଥିତ ରାମେଶ୍ୱର ମନ୍ଦିରର ହୁଣ୍ଡି ଚୋରି ହୋଇଥିବା ନେଇ ମନ୍ଦିର କମିଟି ପକ୍ଷରୁ ତାଳଚେର ଥାନାରେ ଅଭିଯୋଗ ହୋଇଛି। ମନ୍ଦିର କମିଟିର ସଭାପତି ବିଜୟ କୁମାର ପ୍ରଧାନ ଓ ସଂପାଦକ ଆନନ୍ଦ ଚନ୍ଦ୍ର ସାହୁ ଲିଖିତ ଭାବେ ଜଣାଇଛନ୍ତି ଯେ, ପୂର୍ବରୁ ବହୁବାର ମନ୍ଦିରରେ ଥିବା ଘଂଟି (ପିତଳ) ହୁଣ୍ଡିରୁ ଟଙ୍କା ଚୋରି ହୋଇଥିଲା। କିନ୍ତୁ ଗତକାଲି ରାତିରେ ମନ୍ଦିରର ତିନୋଟି ହୁଣ୍ଡିକୁ କେହି ଭାଙ୍ଗି ଦେଇ ଦାନ ଅର୍ଥ ଲୁଟି ନେଇଛି। ତୁରନ୍ତ ତଦନ୍ତ କରି ଅଭିଯୁକ୍ତକୁ ଧରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଠାକୁରଙ୍କୁ ବି ଛାଡ଼ିଲେନି: ନୂଆପଡ଼ା ରାମେଶ୍ୱର ମନ୍ଦିରରୁ ହୁଣ୍ଡି ଚୋରି
- Post published:August 19, 2025
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
