ବନ ବିଭାଗ କାର୍ଯ୍ୟାଳୟ ଭିତରେ ଥିବା ଜବତ ଗାଡ଼ିରୁ ପାର୍ଟସ ଚୋରି

You are currently viewing ବନ ବିଭାଗ କାର୍ଯ୍ୟାଳୟ ଭିତରେ ଥିବା ଜବତ ଗାଡ଼ିରୁ ପାର୍ଟସ ଚୋରି

ଛେଣ୍ଡିପଦା: ଛେଣ୍ଡିପଦା ବନ ବିଭାଗ ପକ୍ଷରୁ ଗତ ବର୍ଷ ଏପ୍ରିଲ ମାସରେ ଜବତ କରାଯାଇଥିବା ଚୋରା କେନ୍ଦୁପତ୍ର ବୋଝେଇ ଏକ ପିକଅପ ଭ୍ୟାନ(OD05 BC 8413)ର ପାର୍ଟସ ଚୋରି ହୋଇଯାଇଛି।
ଆଜି ସକାଳୁ ଭ୍ୟାନର ଷ୍ଟେପିନ ଟାୟାର ସହିତ ଗାଡ଼ିରେ ଲାଗି ରହିଥିବା ଚାରୋଟି ଟାୟାର ନ ଥିବା ବନ କର୍ମଚାରୀ ଦେଖିଥିଲେ। ଶନିବାର ରାତିରେ ଏହି ଚୋରି ହୋଇଯାଇଥିବା ନେଇ ବିଭାଗ ପକ୍ଷରୁ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ ହୋଇଛି। ତେବେ କାର୍ଯ୍ୟାଳୟ ଭିତରୁ ଏତେ ସୁରକ୍ଷା ଭିତରେ କେମିତି ଗାଡ଼ିର ପାର୍ଟସ ଚୋରି ହେଲା ସେ ନେଇ ପ୍ରଶ୍ନ ଉଠିଛି।

Share

Leave a Reply