ଅନୁଗୁଳ(Jugal Kishore Sahoo):ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲା ଖଣି ପ୍ରକଳ୍ପ ଅଫିସ୍ ପଛ ପାଖରେ ଏକ ହାଇୱା ଗାଡିର ବଡିକୁ ସ୍ପଷ୍ଟ ଦିବା ଲୋକରେ ପିସ୍ପିସ୍ କାଟି ଚୋରି ଘଟଣାରେ ମଙ୍ଗଳବାର ୩ଜଣ ଅଭିଯୁକ୍ତକୁ କଣିହାଁ ପୁଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ତେଲିସିଂହା ଗାଁର ଜ୍ଞାନେନ୍ଦ୍ର ସାହୁ(୩୯), ଝରାବେରିଣୀ ଗ୍ରାମର ପ୍ରଦୀପ ସାହୁ(୩୮), ଜରଡା ଗ୍ରାମର କାଳିଆ ଗୋଛାୟତ(୨୭) ବୋଲି ଥାନା ସୁତ୍ରରୁ ଜଣାପଡିଛି । ୩ଅଭିଯୁକ୍ତକୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଥିବା ପୁଲିସ୍ କହିଛି। ପୁଲିସ୍ ସୂତ୍ରରୁ ପ୍ରକାଶ ଯେ, ସୋମବାର ଅପରାହ୍ନ ୫ଟା ବେଳେ ଖଣି ପ୍ରକଳ୍ପ ଅଫିସ୍ ପଛ ପାର୍ଶ୍ବରେ ଥିବା ଏକ ହାଇଓ୍ୱା ଗାଡିର ବଢିକୁ ଚୋରି କରିବା ଉଦ୍ଦେଶ୍ୟ ରଖି ଖଣି ନିସିଦ୍ଧାଚଂଳରୁ ପିସ୍ ପିସ୍ କରି କାଟିଥିଲେ। ପରେ ଏକ ପିପ୍ ରେ ଲୋଜିଂ କରିଥିଲେ । ଖଣି ସୁରକ୍ଷା ଟିମ୍ ପେଟ୍ରୋଲିଂ ବେଳେ ୩ଦୁ ହାବୁଡ଼ରେ ପଡ଼ିଥିଲେ । ହେଲେ ସୁରକ୍ଷା କର୍ମୀକୁ ଚକୁ ଦେଇ ଘଟଣାସ୍ଥଳରୁ ଗ୍ୟାସ୍ ସିଲିଣ୍ଡର , କଟର ମେସିନ୍ ସହିତ ଏହି ଚୋରି ସାମଗ୍ରୀ ଲୋଡିଙ୍ଗ ପିପ୍ କୁ ଘଟଣାସ୍ଥଳରେ ଛାଡି ଚମ୍ପଟ୍ ମାରିଥିଲେ । ପରେ ସୁରକ୍ଷା କର୍ମୀ ଖଣି ପ୍ରକଳ୍ପ ଅଧିକାରୀଙ୍କୁ ଏହି ଚୋରି ବିଷୟ ନେଇ ଜଣାଇଥିଲେ । ଏନେଇ ଖଣି ପ୍ରକଳ୍ପ ଅଧିକାରୀ ନାରାୟଣ ପ୍ରସାଦ ପାତ୍ର(୫୫)ଙ୍କ ପକ୍ଷରୁ ଗତକାଲି କଣିହାଁ ଥାନାରେ ଅଭିଯୋଗ କରିଥିଲେ । ପରେ ପୁଲିସ୍ ପକ୍ଷରୁ ଏକ ଚୋରି ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଥିଲା । ଆଜି ଅଭିଯୁକ୍ତ ଜ୍ଞାନେନ୍ଦ୍ର, ପ୍ରଦୀପ ଓ କାଳିଆକୁ କଣିହାଁ ପୁଲିସ୍ ଚଢାଉକରି ଗିରଫ କରି ଅଦାଲତକୁ ଚାଲାଣ କରିଥିବା ଥାନା ସୂତ୍ରରୁ ପ୍ରକାଶ । ହାଇୱା ଗାଡିରୁ ସମସ୍ତ ଯନ୍ତ୍ରାଂଶ ପୂର୍ବରୁ ଅଭିଯୁକ୍ତ ମାନେ ଚୋରି କରିନେଇଥିବା ବେଳେ ସୋମବାର ଅପରାହ୍ନରେ ହାଇୱା ଗାଡିର ଚଡିକୁ ଗ୍ୟାସ୍ କଟର୍ ରେ ଖଣ୍ଡଖଣ୍ଡ କାଟି ଏକ ପିପ୍ ଚୋରି କରିଥିଲେ ବୋଲି ପ୍ରକଳ୍ପ ଅଧିକାରୀ ଶ୍ରୀ ପାତ୍ର ଅଭିଯୋଗରେ ଉଲ୍ଲେଖ କରିଥିବା ପ୍ରକାଶ ।
ଖଣି ପରିସରରେ ମାତିଲେ ଚୋର, ହାଇୱାକୁ ପିସ୍ ପିସ୍ କରି କାଟି ଦେଲେ
- Post published:September 15, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
