ରାତି ଅଧିଆ ତାଲା ଭାଙ୍ଗି ବିଦ୍ୟାଳୟରୁ ଚୋରି ଅଭିଯୋଗ

You are currently viewing ରାତି ଅଧିଆ ତାଲା ଭାଙ୍ଗି ବିଦ୍ୟାଳୟରୁ ଚୋରି ଅଭିଯୋଗ

 

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା କରଡାବଣି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରୁ ତାଲା ଭାଙ୍ଗି ଚୋରି ହୋଇଛି। ଏ ନେଇ ଶନିବାର ଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ରାଣୀ ବିଶ୍ବାଳ ହଣ୍ଡପା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ନମ୍ବର ୨୫୫/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନା ମୁତାବକ, ବିଦ୍ୟାଳୟରୁ ଶୁକ୍ରବାର ବିଳମ୍ବିତ ରାତିରେ କେତେକ ବ୍ୟକ୍ତି ତାଲା ଭାଙ୍ଗି ଚାଉଳ ବସ୍ତା ସହ ଓଜନ ମେସିନ ଓ ଅନ୍ୟ ସାମଗ୍ରୀ ଚୋରି କରିନେଇଛନ୍ତି। ଶନିବାର ଦିନ ସ୍କୁଲକୁ ଆସିବା ପରେ ପ୍ରଧାନ ଶିକ୍ଷୟିତ୍ରୀ ଥାନାରେ ଅଭିଯୋଗ କରିଛନ୍ତି।

Share

Leave a Reply