ଡେଲି ମାର୍କେଟରୁ ବାଇକ୍ ଚୋରି

You are currently viewing ଡେଲି ମାର୍କେଟରୁ ବାଇକ୍ ଚୋରି

ଅନୁଗୁଳ: ଅନୁଗୁଳ ଦେଲି ମାର୍କେଟରୁ ବୁଧବାର ସନ୍ଧ୍ୟାରେ ଏକ ବାଇକ୍‌ ଚୋରି ହୋଇଛି।

ସୂଚନା ଅନୁସାରେ, ଜରପଡ଼ାର ବଡମୁଳ ଅଞ୍ଚଳର ମନୋଜ ସାହୁ ଅନୁଗୁଳ ଉପକଣ୍ଠ କରଡ଼ାଗାଡ଼ିଆରେ ରୁହନ୍ତି। ସନ୍ଧ୍ୟା ୭ଟା ବେଳେ ସେ ତାଙ୍କ ହିରୋ ଡିଲକ୍ସ ମୋଟର ସାଇକେଲ୍‌(ଓଡ଼ି-୧୯-ଡି-୦୦୬୦)ରେ ଅନୁଗୁଳ ଦୈନିକ ବଜାରକୁ ପରିବା ପାଇଁ ଯାଇଥିଲେ। ଗାଡ଼ିରେ ତାଲା ପଡ଼ିଥିଲାବେଳେ ପ୍ରାୟ ୧୫ ମିନିଟ୍‌ ପରେ ସେ ଫେରିଲାବେଳକୁ ଗାଡ଼ିଟି ଆଉ ପାଇ ନ ଥିଲେ। ଖୋଜାଖୋଜି କରି ଗାଡ଼ି ନ ପାଇବାରୁ ସେ ବାଧ୍ୟ ହୋଇ ଅନୁଗୁଳ ଥାନାରେ ଅଭିଯୋଗ କରିଛନ୍ତି।

Share

Leave a Reply