ମଦ ଦୋକାନ ସୁପରଭାଇଜରଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଲୁଟିନେଲେ ୧.୯୦ ଲକ୍ଷ ଟଙ୍କା

0

ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଗୋଳାବନ୍ଧ ଠାରେ ଶୁକ୍ରବାର ଏକ ଲୁଟପାଟ୍ ହୋଇଛି । ୩ ଜଣ ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରି ଜଣେ ମଦ ଦୋକାନ କର୍ମଚାରୀଙ୍କଠାରୁ ଲକ୍ଷେ ୯୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ଛାନ୍‌ଭିନ୍ ଚଳାଇଛି । ପୁଲିସ୍ ସୂଚନା ମୁତାବକ, ବିଷ୍ଣୁ କୁମାର ଯାଦବ ଏକ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ସୁପରଭାଇଜର ଭାବେ କାମ କରନ୍ତି । ସେ ଶୁକ୍ରବାର ପୂର୍ବାହ୍ନ ୯ଟାରେ ଏକ ଲକ୍ଷ ୯୦ ହଜାର ଟଙ୍କା ଧରି ବାଇକରେ ଅନୁଗୁଳ ଅଫିସକୁ ଜମା କରିବାକୁ ଆସୁଥିଲେ । ଗୋଳାବନ୍ଧ ଗାଁ ମୁଣ୍ଡ ବ୍ରିଜ ପାଖରେ ୩ ଜଣ ଯୁବକ ଏକ ବାଇକରେ ଆସି ତାଙ୍କ ବାଟ ଓଗାଳି ଥିଲେ । ଭୁଜାଲିରେ ଆକ୍ରମଣ କରିବାରୁ ବିଷ୍ଣୁ ବାଇକ୍ ରୁ ଖସି ପଡ଼ିଥିଲେ । ଦୁର୍ବୃତ୍ତମାନେ ତାଙ୍କ ବାଇକ୍‌ ଡିକି ଭାଙ୍ଗି ସମସ୍ତ ଟଙ୍କା ଧରି ଚମ୍ପଟ ମାରିଥିଲେ ।

online coaching

Leave A Reply

Your email address will not be published.