ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଚୂଡ଼ାପୁର ଗ୍ରାମର ଭବାନୀ ମାଝୀଙ୍କ ଘରୁ ଏକ ବିଷଧର ନାଗ ସାପକୁ ଶନିବାର ଉଦ୍ଧାର କରାଯାଇଛି। ସାପକୁ ହଣ୍ଡପା ବନ ବିଭାଗ ଜରିଆରେ ନିକଟସ୍ଥ ଜଙ୍ଗଲରେ ଛଡ଼ାଯାଇଛି।
ସୂଚନା ମୁତାବକ, ଏକ ନାଗ ସାପ ହଠାତ୍ ଭବାନୀଙ୍କ ଘର ଭିତରକୁ ପଶି ଯାଇଥିଲା। ସାପକୁ ଦେଖି ଭବାନୀ ଓ ତାଙ୍କ ପରିବାର ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ। ସାପକୁ ଉଦ୍ଧାର କରିବା ପାଇଁ ଭବାନୀ ମାଧପୁର ଅଞ୍ଚଳର ସାପଧରାଳି ସିଦ୍ଧେଶ୍ଵର ରଥଙ୍କୁ ସୂଚନା ଦେଇଥିଲେ। ସିଦ୍ଧେଶ୍ଵର ପହଞ୍ଚି ନାଗକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରି ହଣ୍ଡପା ଜଙ୍ଗଲରେ ଛାଡ଼ିଛନ୍ତି।











