ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ଟାପଢୋଲ ପଞ୍ଚାୟତରେ ଭତ୍ତା ଟଙ୍କା ଚୋରି ହୋଇଯାଇଥିବାରୁ ଶତାଧିକ ହିତାଧିକାରୀଙ୍କୁ ନିରାଶ ହେବାକୁ ପଡ଼ିଛି। ଭତ୍ତା ମିଳିବାରେ ବିଳମ୍ବ ହେଉଥିବାରୁ ହିତାଧିକାରୀଙ୍କ ମଧ୍ୟରେ ନାନା ଅସନ୍ତୋଷ ସୃଷ୍ଟି ହୋଇଛି। ପ୍ରକାଶ ଯେ, ଗତ ଜୁନ୍ ୨୨ରେ ମାସରେ ଟାପଢୋଲ ପଞ୍ଚାୟତର ହିତାଧିକାରୀଙ୍କୁ ଅଗ୍ରୀମ ତିନି ମାସର ଭତ୍ତା ପ୍ରଦାନ କରାଯାଇଥିଲା। କେତେକ ହିତାଧିକାରୀଙ୍କୁ ସେହିଦିନ ଭରା ଟଙ୍କା ବଣ୍ଟନ କରାଯାଇଥିଲା। ହେଲେ ସେହି ରାତିରେ ହିତାଧିକାରୀଙ୍କ ଲକ୍ଷାଧିକ ଉତ୍ତା ଟଙ୍କା ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି ହୋଇଯାଇଥିଲା। ଏ ନେଇ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ପୁଲିସରେ ଅଭିଯୋଗ କରାଯିବା ସହ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପୁଲିସ କେସ୍ ରୁଜୁ କରି ତଦନ୍ତ ଚଳାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଟଙ୍କା ଉଦ୍ଧାର ହୋଇପାରିଲା ନାହିଁ ।ସେପଟେ ପର୍ଯ୍ୟାୟକ୍ରମେ ବାକିଥିବା ଶତାଧିକ ହିତାଧିକାରୀଙ୍କୁ ତିନି ମାସର ଭତ୍ତା ଟଙ୍କା ଯୋଗାଇ ଦିଆଯିବ ବୋଲି ନିର୍ବାହୀ ଅଧିକାରୀ ଓ ସରପଞ୍ଚ ବୁଝାସୁଝା କରିଥିଲେ । ଗତକାଲି ଭତ୍ତା ପାଳିଥିବା ବେଳେ ଟଙ୍କା ଆସିନଥିବାରୁ ହିତାଧିକାରୀ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ନିରାଶରେ ଫେରିଥିଲେ । ପୂର୍ବରୁ ୩ ମାସର ଭତ୍ତା ମିଳିନଥିବା ବେଳେ ଚଳିତ ମାସର ଭତ୍ତା ମିଳିବାରେ ବିଳମ୍ବ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।
ଭତ୍ତା ଟଙ୍କା ଚୋରି, ହିତାଧିକାରୀ ନିରାଶ
- Post published:September 18, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
