ପରା ଜଙ୍ଗଲରୁ ୩୯ ସିଏଫଟି ଶାଳ କାଠ ଜବତ

You are currently viewing ପରା ଜଙ୍ଗଲରୁ ୩୯ ସିଏଫଟି ଶାଳ କାଠ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ରେଞ୍ଜ ଅନ୍ତର୍ଗତ ପରା ସଂରକ୍ଷିତ ଜଙ୍ଗଲରେ ଗତ ଶନିବାର ଜଙ୍ଗଲ ବିଭାଗର ଅଧିକାରୀ ମାନେ ପାଟ୍ରୋଲିଙ୍ଗ କରୁଥିବା ବେଳେ ୧୭ ଖଣ୍ଡ ଶାଳ ଗଣ୍ଡି କଟା ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହି ଚୋରା କାଠର ପରିମାଣ ୩୮. ୭୯ ସିଏଫଟି ବୋଲି ଜଣାପଡିଛି।

କାଠ ସବୁକୁ ଅଧିକାରୀ ମାନେ ଜବତ କରି ରେଞ୍ଜ ଅଫିସକୁ ନେଇଛନ୍ତି। ଏହି ପାଟ୍ରୋଲିଙ୍ଗରେ ବସନ୍ତ ଗଡ଼ନାୟକ, ଫରେଷ୍ଟର, ଶ୍ରୀମତୀ ଲିଜାରାଣୀ ମାଝୀ, ଫରେଷ୍ଟ ଗାର୍ଡ, ମୁଳିଆ ସାହୁ, କାବୁଲି ପ୍ରଧାନ, ଗଜ ମିତ୍ର, ପାପୁ ପ୍ରଧାନ ହାତୀ ସ୍କ୍ୱାର୍ଡ ଏବଂ ରାପିଡ଼ ରେସପଂଶ ଟିମ ର ସଦସ୍ୟ ମାନେ ସାମିଲ ଥିଲେ।

Share

Leave a Reply