ଠେଲା ଯୋଗୁଁ ଟ୍ରାଫିକ ଜାମ୍, ଲୋକେ ହନ୍ତସନ୍ତ

You are currently viewing ଠେଲା ଯୋଗୁଁ ଟ୍ରାଫିକ ଜାମ୍, ଲୋକେ ହନ୍ତସନ୍ତ

ଅନୁଗୁଳ: ଅନୁଗୁଳ ବସ ଷ୍ଟାଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଠେଲା ଗାଡ଼ିରେ ବେପାର ଯୋଗୁଁ ଏଭଳି ଟ୍ରାଫିକ ଜାମ୍ ହେଉଚି ଯାହା ଫଳରେ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଘରୋଇ ବସ୍ ଷ୍ଟାଣ୍ଡ ଭିତରେ , ସରକାରୀ ବସ୍ ଷ୍ଟାଣ୍ଡ ସାମନାରେ, ରାଜା ଛକ ନିକଟରେ ଏହି ବେପାରୀମାନେ ସରକାରୀ ଜାଗାକୁ କବ୍ଜା‌ କରି ନିଜର ବେପାର ଚଳାଇଛନ୍ତି।

ଅନୁଗୁଳ ପୌରପାଳିକା ପକ୍ଷରୁ ବସ୍ ଷ୍ଟାଣ୍ଡର ଚଉଦ ଜଣ ଫଳ ଦୋକାନୀଙ୍କୁ ଥଇଥାନ କରିବା ପାଇଁ କାଞ୍ଚନ ଟକିଜ୍ ଛକ କଦମ ପଡିଆ ନିକଟରେ ଘର ଆବଣ୍ଟନ କରାଯାଇଛି। ତେବେ ଉକ୍ତ ମାର୍କେଟରେ ବିଜୁଳି ସୁବିଧା ନଥିବା ଦର୍ଶାଇ ଫଳ ଦୋକାନୀ ମାନେ ଯାଇନଥିଲେ। ଏବେ ବିଜୁଳି ଅଶୁବିଧା ଦୂର ପରେ ଦୋକାନୀଙ୍କୁ ୪୮ ଘଣ୍ଟାର ମହଲତ ଦିଆଯାଇଛି। ଯେଉଁମାନେ ନିଜ ନିର୍ଦ୍ଧାରିତ ଦୋକାନକୁ ନଯିବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ସେମାନଙ୍କୁ ବସ ଷ୍ଟାଣ୍ଡରୁ ଉଚ୍ଛେଦ କରାଯିବ ବୋଲି ନିଷ୍ପତ୍ତି ନିଆ ଯାଇଛି।

କଦମ ପଡିଆର ଭେଣ୍ଡିଙ୍ଗ ଯୋନର ୧୮ ଟି ଘରରୁ ଚାରୋଟି ଜୈବିକ ସାର ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ରଖାଯାଇଛି।

Share

Leave a Reply